
ମାଲକାନଗିରି : ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ଏଫ୍.ସି.ଆଇ ଗୋଦାମ ସମ୍ମୁଖରେ ଗତ ଗୁରୁବାର ଦିନ ସକାଳେ ଜଣେ ମହିଳାଙ୍କ ମୃତ ଶରୀର ମିଳିଥିବା ଘଟଣାରେ ପୋଲିସ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛନ୍ତିା ଏ ସମ୍ପର୍କରେ ଆଜି ମାଲକାନଗିରି ଏସ୍.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ କୋରୁକୋଣ୍ଡା ସଦର ମହକୁମାରେ ଗୁରୁବାରୀ ଦାସା (୬୩) ନାମକ ମହିଳା ଗତ ୧୨ ବର୍ଷ ଧରି କୋରୁକୋଣ୍ଡାରେ ଏକ ଭଡା ଘରେ ରହି କୁଲି କାମ କରି ନିଜର ପେଟପାଟଣା କରୁଥିଲୋ ତେବେ କୋରୁକୋଣ୍ଡା ପଂଚାୟତ ଖିଲଗୁଡା ଗ୍ରାମର ରାକେଶ ଢାଲି ନାମକ ବ୍ୟକ୍ତି କୋରୁକୋଣ୍ଡା ଏଫ୍.ସି.ଆଇ ଗୋଦାମରେ କାର୍ଯ୍ୟ କରୁଥିବା ବେଳେ କମୁଳୁ ନାଗ ନାମକ ବ୍ୟକ୍ତି କୋରୁକୋଣ୍ଡା ପଂଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳଇ ଭାବେ କାର୍ଯ୍ୟ କରୁଛନ୍ତିା ଏହି ଦୁଇଜଣ ବୁଧବାର ରାତି ଗୁରୁବାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ଏଫ୍.ସି.ଆଇ ଗୋଦାମ ନିକଟକୁ ଡାକିଥିଲୋ ମହିଳା ଜଣକ ଉକ୍ତ ଗୋଦାମ ନିକଟକୁ ଗଲାପରେ ଉକ୍ତ ଦୁଇଜଣ ମହିଳାଙ୍କୁ ନିକଟରେ ଥିବା ଏକ ବଖରାକୁ ନେଇ ଜୋରଜବରଦସ୍ତ ବଳାତ୍କାର କରିବାକୁ ଚେଷ୍ଟା କରିଥିଲୋ ଏହି କ୍ରମରେ ମହିଳା ଜଣକ କାଳେ ପାଟି କରିବ ବୋଲି ଭାବି ମହିଳାଙ୍କ ପାଟିକୁ ଚାପି ଦେଇଥିଲୋ ଫଳରେ ମହିଳା ଜଣକ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିଲୋ ଏ ସମ୍ବନ୍ଧରେ ପୋଲିସ ଖବର ପାଇଲା ପରେ ଏହାର ତଦନ୍ତ କରିବା ସହ କୋରାପୁଟ ବୈଜ୍ଞାନିକ ଦଳ ମଧ୍ୟ ଏହାର ତଦନ୍ତ କରିଥିଲୋ ତଦନ୍ତରେ ଗୋଦାମ ନିକଟ ବଖରାରୁ ମହିଳାଙ୍କ କିଛି କପଡା ଖଣ୍ଡ ଓ ଅନ୍ୟାନ୍ୟ ସୁରାଖକୁ ଆଧାର କରି ଏହି ଦୁଇଜଣଙ୍କୁ ଗିରଫ କରି ପଚରା ଉଚୁରା କରିବା ପରେ ସମସ୍ତ ଘଟଣା ପଦାରେ ପଡିଥିଲ।। ଏହାକୁ ଆଧାର କରି ଉକ୍ତ ଦୁଇଜଣଙ୍କୁ ଗିରଫ କରିଥିବା ଶ୍ରୀ ପଟେଲ ସୂଚନା ପ୍ରଦାନ କରିଛନ୍ତିା