ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ବ୍ୟାଡମିଂଟନ ପ୍ରତିଯୋଗିତା

youtube

ମାଲକାନଗିରି,୭।୧୨ : ଆସନ୍ତା ୧୩ ତାରିଖ ଦିନ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ୱରୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଛିା କୃତି ପ୍ରତିଯୋଗୀ ମାନଙ୍କୁ ମାଲ୍ୟବନ୍ତ ମହୋତ୍ସବ ମୁଖ୍ୟ ମଣ୍ଡପରେ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯିବା ଏହି ଉପଲକ୍ଷେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡା ଭବନ ପରିସରରେ ବରିଷ୍ଠ ଏବଂ କନିଷ୍ଠ ବର୍ଗର ବ୍ୟାଡମିଂଟନ ପ୍ରତି ଯୋଗୀ ମାନଙ୍କୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛିା ଏହି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା କ୍ରିଡା ଅଧିକାରୀ ମାଧବ ପାଙ୍ଗି, ଉପସ୍ଥିତ ଥିଲୋ ବ୍ୟାଡ ମିଂଟନ କୋଚ୍ ଭାବେ ଡି ରବିକିରଣ, ଲଖ୍ମୀକାନ୍ତ ପୁଜାରୀ, ଅଂଶଗ୍ରହଣ କରି ବ୍ୟାଡ ମିଂଟନ ପରିଚାଳନା କରିଥିଲୋ ଏହି ବ୍ୟାଡମିଂଟନ ଟୋର୍ଣାମେଂଟରେ କନିଷ୍ଠ ଓ ବରିଷ୍ଠ ବ ର୍ଗର ୧୦୦ରୁ ଉର୍ଧ ଖେଳାଲୀ ଅଂଶଗ୍ରହଣ କରିଥିଲୋ ଆସନ୍ତା କାଲି ଏହି ଟୋର୍ଣାମେଂଟ ଶେଷ ହେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ପୁରସ୍କୃତ କରାଯିବ।

Leave A Reply

Your email address will not be published.