କୋର୍ଟଙ୍କ ବଡ଼ ରାୟ: ୪ ଥର ବିଧାୟକ ହୋଇଥିବା BRS ନେତା ଜର୍ମାନୀ ନାଗରିକ

add-all

ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ)ର ନେତା ତଥା ୪ ଥରର ବିଧାୟକ ଚେନ୍ନାମଣେନି ରମେଶ ଭାରତୀୟ ନାଗରିକ ନୁହନ୍ତି। ସେ ଭାରତରେ ୪ଥର ବିଧାୟକ ହୋଇଥିଲେ ହେଁ ପ୍ରକୃତରେ ରମେଶ ଜର୍ମାନୀ ନାଗରିକ।

ତେଲଙ୍ଗାନାର ଭେମୁଲାୱାଡା ଆସନରୁ ଜିତିବା ପାଇଁ ସେ ଜାଲ କାଗଜପତ୍ର ଜରିଆରେ ନିଜକୁ ଭାରତୀୟ ନାଗରିକ ଭାବେ ଚିତ୍ରଣ କରିଥିଲେ। ଆଜି ଏଭଳି କିଛି ରାୟ ଦେଇଛନ୍ତି ତେଲଙ୍ଗାନା ହାଇକୋର୍ଟ। ରମେଶଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସର ଆଦି ଶ୍ରୀନିବାସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ରମେଶ ଭାରତୀୟ ନାଗରିକ ନୁହନ୍ତି ବୋଲି ରୁଲିଂ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ରମେଶ ଜର୍ମାନୀର ନାଗରିକ ଆଉ ନୁହନ୍ତି ବୋଲି ପ୍ରମାଣ କରିବା ପାଇଁ ଆବଶ୍ୟକ ଦସ୍ତାବିଜ ସେଠାକାର ଦୂତାବାସରୁ ଆଣି ପାରି ନାହାନ୍ତି। ଏହାର ଅର୍ଥ ସେ ଜଣେ ଜର୍ମାନୀ ନାଗରିକ। କୋର୍ଟ ଏଥିପାଇଁ ରମେଶଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ଏହା ମଧ୍ୟରୁ ୨୫ ଲକ୍ଷ ଟଙ୍କା ଶ୍ରୀନିବାସଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ନଭେମ୍ବରରେ ଅନୁଷ୍ଠିତ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଶ୍ରୀନିବାସଙ୍କ ଠାରୁ ରମେଶ ପରାସ୍ତ ହୋଇଥିଲେ।

ରମେଶ ଭେମୁଲାୱାଡା ଆସନରୁ ପ୍ରଥମଥର ଟିଡିପିରୁ ଜିତିଥିଲେ। ସେତେବେଳେ ଏହା ଆନ୍ଧ୍ର ପ୍ରଦେଶରେ ରହିଥିଲା। ଏହାପରେ ସେ ବିଆରଏସରେ ସାମିଲ ହୋଇ ୨୦୧୦ରୁ ୨୦୧୮ରେ ହୋଇଥିବା ସାଧାରଣ ନିର୍ବାଚନ ସହ ଉପ ନିର୍ବାଚନ ଜିତି ୩ଥର ବିଧାୟକ ହୋଇଥିଲେ।

ନିୟମ ଅନୁସାରେ ଅଣ ଭାରତୀୟ କେବେ ହେଲେ ଦେଶରେ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ଜାଲ ଦସ୍ତାବିଜ ଜରିଆରେ ରମେଶ ଭାରତର ନାଗରିକ ବୋଲି କହିବା ସହ ବିଧାନସଭା ନିର୍ବାଚନ ଲଢ଼ି ୪ଥର ବିଧାୟକ ହୋଇଥିଲେ।

୨୦୨୦ରେ କେନ୍ଦ୍ର ପକ୍ଷରୁ ତେଲଙ୍ଗାନା ହାଇକୋର୍ଟଙ୍କୁ ଜଣାଇ ଦିଆଯାଇଥିଲା ଯେ ରମେଶଙ୍କ ପାଖରେ ଜର୍ମାନୀ ପାସପୋର୍ଟ ରହିଛି। ଏହାର ବୈଧତା ୨୦୨୩ ଯାଏ ଅଛି। ଏହାପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରମେଶଙ୍କ ପାଖରେ ଥିବା ଭାରତୀୟ ନାଗରିକତାକୁ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ରମେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ତାଙ୍କୁ ସତ୍ୟପାଠ ଦାଖଲ କରିବା ସହ ଜର୍ମାନୀ ପାସପୋର୍ଟ ଫେରାଇଛନ୍ତି କି ନାହିଁ ପ୍ରଶ୍ନ କରିଥିଲେ। ୨୦୧୩ରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସମାନ କାରଣ ପାଇଁ ରମେଶଙ୍କ ଉପ ନିର୍ବାଚନ ବିଜୟ ରେଜଲ୍ଟକୁ ରଦ୍ଦ କରି ଦେଇଥିଲେ।

ଏହା ବିରୋଧରେ ସେ ସୁପ୍ରିକୋର୍ଟ ଯାଇଥିଲେ ଓ ସୁପ୍ରିମକୋର୍ଟରୁ ରହିତାଦେଶ ଆଣିଥିଲେ। କିନ୍ତୁ ରହିତାଦେଶ ଲାଗୁ ହୋଇଥିବା ବେଳେ ସେ ୨୦୧୪ ଓ ୨୦୧୮ ନିର୍ବାଚନ ଲଢ଼ିଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ।

ad-week
Leave A Reply

Your email address will not be published.