ଡିସେମ୍ବର ୩୧ରେ ଛାତ୍ରଛାତ୍ରୀଙ୍କୁ ମିଳିବ ହାତ ଖର୍ଚ୍ଚ

add-all

ଭୁବନେଶ୍ବର: ଆସନ୍ତା ୩୧ ତାରିଖରେ ମିଳିବ ମାଧୋ ସିଂ ହାତ ଖର୍ଚ୍ଚ । ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କୁ ଡିସେମ୍ବର ଶେଷରେ ଏହି ହାତ ଖର୍ଚ୍ଚ ମିଳିବ । ଏନେଇ ବରଗଡ଼ ଘେଁସରେ ରାଜ୍ୟସ୍ତରୀୟ ଭାରତୀୟ ଭାଷା ଉତ୍ସବରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଡିସେମ୍ବର ୩୧ରେ ଏହି ଯୋଜନାର ଶୁଭାରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ରାଜ୍ୟର ସମସ୍ତ ଏସସି, ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା ଲକ୍ଷ୍ୟରେ ଚଳିତ ବର୍ଷ ରାଜ୍ୟ ସରକାର ‘ସହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ ଆରମ୍ଭ କରିବେ ବୋଲି ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଥିଲେ । ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବାଷିର୍କ ୫ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ଏହି ଯୋଜନାରେ ରାଜ୍ୟ ସରକାର ୧୫୬ କୋଟି ଖର୍ଚ୍ଚ କରିବେ । ଏହି ଯୋଜନା ଦ୍ବାରା ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ସମସ୍ୟା ରୋକାଯାଇ ପାରିବ ବୋଲି ଲକ୍ଷ୍ୟ ରଖି ଏହାକୁ ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ad-week
Leave A Reply

Your email address will not be published.