ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

add-all

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର । ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି।

ଭିଡିଓ ଭାଇଲାଲ ଘଟଣା ନେଇ ଗତ ମାସରେ ଯୁବତୀ ଜଣଙ୍କ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଧରିଛି। ସୂଚନା ଅନୁସାରେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣକ ବାଙ୍କୀ ହରିରାଜ୍ ପୁର ଗ୍ରାମର ଯୁବତୀଙ୍କ ସହିତ ଏକାଠି ରହୁଥିଲେ। ବିବାହର ପ୍ରତିଶୃତି ଦେଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ରଖିଥିଲେ।

ଯୁବତୀ ଜଣକ ଯେତେବେଳେ ବିବାହ କରିବାକୁ ବାଧ୍ୟ କଲେ ଯୁବକ ସେହି ଭିଡିଓକୁ ମୋବାଇଲରେ ଭାଇରାଲ କରିଥିଲେ। ଏହି ଘଟଣା ନେଇ ଗତ ନଭେମ୍ବର ମାସ ୧୪ ତାରିଖରେ ଯୁବତୀ ଜଣକ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏହି ଘଟଣାରେ କିଛି ପଦକ୍ଷେପ ନ ନେବାରୁ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ। ଥାନାର ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ କରି ଯାଜପୁରରୁ ଧରିବାରେ ସକ୍ଷମ ହୋଇଛି।

ad-week
Leave A Reply

Your email address will not be published.