ଗୃହରେ ସମ୍ବିଧାନ ଚର୍ଚ୍ଚା ରେ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍‌ଜୁ : ଆମ୍ବେଦକରଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ପିଏମ୍‌ ମୋଦି

add-all

ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ଉପରେ ଚର୍ଚ୍ଚାର ଆଜି ଦ୍ୱିତୀୟ ଦିନ । ସମ୍ବିଧାନର ୭୫ତମ ବର୍ଷ ଅବସରରେ ଚର୍ଚ୍ଚା ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବିଧାନ ଉପରେ ଚର୍ଚ୍ଚା କରିଥିଲେ। ଏହାପରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ସମେତ ଅନ୍ୟ ନେତା ମଧ୍ୟ ଏହି ଚର୍ଚ୍ଚାରେ ଭାଗ ନେଇଥିଲେ । ଲୋକସଭାରେ ଆଜି ସମ୍ବିଧାନ ଉପରେ ଚର୍ଚ୍ଚା ଅବସରରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜ୍‌ଜୁ କହିଛନ୍ତି କି ସମ୍ବିଧାନର ପ୍ରତ୍ୟେକ ଶବ୍ଦ ପ୍ରେରଣା ଦାୟକ । ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ କିରଣ ସମ୍ବିଧାନ ଚର୍ଚ୍ଚାରେ କହିଛନ୍ତି କି ସମ୍ବିଧାନ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ସାହସ ଦେଉଛି । ବାବା ସାହେବ ଭୀମରାଓ ଆମ୍ବେଦକର ସମ୍ବିଧାନ ଲେଖିବା ସହ ଏକ ସ୍ୱପ୍ନ ଦେଖିଥିଲେ । ସେହି ସ୍ୱପ୍ନ ଥିଲା , ସମସ୍ତେ ଯେପରି ନ୍ୟାୟ ପାଇବେ । ଏହି ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ମୋଦି ପୂରଣ କରୁଛନ୍ତି । ମୁଁ ଗର୍ବିତ ଯେ ଯେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକାଳ ଆରମ୍ଭ ହେଲା, ସେବେ ପ୍ରଧାନମନ୍ତ୍ରୀ ସମ୍ବିଧାନର ଏହି ଭାବନାକୁ ପାଳନ କରିବା ସହ ନିଜ ସରକାରଙ୍କ ମନ୍ତ୍ର ଦେଶ ଆଗରେ ରଖିଲେ । ଏହି ମନ୍ତ୍ର ହେଉଛି ‘ସବ୍‌କା ସାଥ’, ସବ୍‌କା ବିକାଶ, ‘ସବ୍‌କା ବିଶ୍ୱାସ’ ଏବଂ ‘ସବ୍‌କା ପ୍ରୟାସ’।

ଗତକାଲି ସମ୍ବିଧାନ ଚର୍ଚ୍ଚାରେ ଭାଗ ନେଇଥିବା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ସମେତ କିଛି ବିରୋଧୀ ସଦସ୍ୟ ଦେଶରେ ଅଳ୍ପସଂଖ୍ୟକଙ୍କ ସହ ଭେଦଭାବ ହେଉଥିବା ଅଭିଯୋଗ ଲଗାଇଥିଲେ । ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜ୍‌ଜୁ ଏହାର ଉତ୍ତରରେ କହିଛନ୍ତି କି ଦେଶର ଏକ ବୈଷୟିକ ସବେର୍କ୍ଷଣ ଅନୁସାରେ ଦେଶରେ ୪୮ ପ୍ରତିଶତ ଲୋକ ଭେଦଭାବର ଶିକାର ହେଉଛନ୍ତି, ଯେଉଁଥିରେ ମୁସଲମାନ ଅଧିକ ଅଛନ୍ତି । ରିଜ୍‌ଜୁ କହିଛନ୍ତି କି ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି କ’ଣ ଅଛି, ସମସ୍ତଙ୍କୁ ଜଣା । ସେଠାରେ ଅଳ୍ପସଂଖ୍ୟଙ୍କ ସାଙ୍ଗରେ ଜୁଲମ ହେଲେ ସେମାନେ ପ୍ରଥମେ ଭାରତକୁ ପଳାଇ ଆସୁଛନ୍ତି । ସେମାନେ ଜାଣିଛନ୍ତି କି ଭାରତରେ ଆମେ ସୁରକ୍ଷିତ ରହିବୁ । ତେଣୁ କିଏ କହୁଛି ଯେ ଭାରତରେ ଅଳ୍ପସଂଖ୍ୟକ ସୁରକ୍ଷିତ ନୁହଁନ୍ତି? ରିଜ୍‌ଜୁ କହିଛନ୍ତି କି ଏପରି କହିବା ଉଚିତ୍‌ ନୁହେଁ, ଯାହା ଦ୍ୱାରା ଦେଶର ଛବି ଖରାପ ହେବ ।

ad-week
Leave A Reply

Your email address will not be published.