ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା

add-all

ଭୁବନେଶ୍ବର: ରାଜ୍ୟରେ ପାଣିପାଗ ବଦଳିବା ପରେ ପାରଦ ଖସୁଛି। ଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଥି ପାଇଁ ସାରା ଓଡ଼ିଶା ଥରୁଛି। ପାଣିପାଗ ବିଭାଗ ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ  ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। 

ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୨ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତନ ହେବାର ନାହିଁ। ପରେ ୨ ରୁ ୫ ଡିଗ୍ରି  ତାପମାତ୍ରା ବୃଦ୍ଧି ହେବାର ଅଛି।  

ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ଅଛି। ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପ ସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି। ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି। ଫଳରେ ଆକାଶ ମେଘୁଆ ସହ କାଁଭାଁ ବର୍ଷା ସମ୍ଭାବନା ରହିଛି। ୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୨୦ ତାରିଖ ପରଠୁ ପାଗରେ ଶୁଖିଲା ଆସିବା ବୋଲି ପୂର୍ବାନୁମାନ କରାଯାଇଛି।

ad-week
Leave A Reply

Your email address will not be published.