ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ, ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି: ରାହୁଲ

add-all

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୃହରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସଂସଦରେ ବିଜେପିକୁ ଟାର୍ଗେଟ କରି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କ ଆଙ୍ଗୁଠି କାଟିବା ଭଳି ଯୁବପିଢ଼ିଙ୍କ ଆଙ୍ଗୁଠି କାଟୁଛନ୍ତି। ଅଗ୍ନିବୀର ଜରିଆରେ ଆପଣ ଯୁବପିଢ଼ିଙ୍କ ଆଙ୍ଗୁଠି କାଟିଲେ। ପ୍ରଶ୍ନପତ୍ର ପ୍ରଘଟ କରି ଯୁବପିଢ଼ିଙ୍କ ଆଙ୍ଗୁଠି କାଟିଲେ। ସମ୍ବିଧାନର କେଉଁଠାରେ ଲେଖାନାହିଁ ମନମାନି ହେଉ। ଚାଷୀ ଏମଏସପି ମାଗୁଛନ୍ତି, ଆପଣ ଲାଠି ଚାର୍ଜ କରୁଛନ୍ତି। ହାଥରସ ଗଣଦୁଷ୍କର୍ମର ଅଭିଯୁକ୍ତମାନେ ଏବେ ବି ବାହାରେ ବୁଲୁଛନ୍ତି। ସବୁ ବ୍ୟବସାୟ ଆଦାନୀକୁ ଦିଆଯାଉଛି। ଜାତି ଆଉ ଧର୍ମକୁ ନେଇ ଦେଶରେ ପାତରଅନ୍ତର ଚାଲିଛି ବୋଲି ରାହୁଲ ପ୍ରକାଶ କରିଛନ୍ତି।

ଆମେ ଦେଶରେ ଜାତିଗତ ଜନଗଣନା ମାଧ୍ୟମରେ ଦେଖାଇବାକୁ ଚାହୁଁଛୁ ଯେ ଆପଣ କାହାର ଅଙ୍ଗୁଠି କାଟିଛନ୍ତି। ଆମେ ସଂରକ୍ଷଣ ପାଇଁ ଥିବା ୫୦ ପ୍ରତିଶତ ସୀମାକୁ ମଧ୍ୟ ଭାଙ୍ଗିବୁ ବୋଲି ରାହୁଲ ଗାନ୍ଧୀ ସମ୍ବିଧାନ ବିତର୍କବେଳେ ଶାଣିତ ଆକ୍ରମଣ କରି କହିଛନ୍ତି।

ad-week
Leave A Reply

Your email address will not be published.