କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

add-all

କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ‘ମୋ ବସ’ର ବିଭିନ୍ନ ଅଂଶ ଓ ଭିତର ପାଶ୍ୱର୍ ପୋଡ଼ି ଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ କିଭଳି ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

ad-week
Leave A Reply

Your email address will not be published.