ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ

add-all

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ବିଜୁ ପଟ୍ଟନାୟକ ଅଡିଟୋରୀୟମ ହଲ ଠାରେ ମହା ସମାରୋହରେ ପାକିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ନ ମିଡିଆ ତଥା ସମ୍ବାଦର ସମ୍ପାଦକ ସୋମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ
ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗର ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

୫୦ ବର୍ଷରେ ଏହି ବିଭାଗରୁ ପାଠପଢି ବହୁ ଛାତ୍ରଛାତ୍ରୀ ଜାତୀୟ କ୍ଷେତ୍ରରେ ମଧ୍ୟ ସାମ୍ବାଦିକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ର ଡିଜିଟାଲ ଯୁଗରେ ମଧ୍ୟ ପାଠକ ମାନଙ୍କ ଖବର କାଗଜ ଆଗ୍ରହ ରହିଛି।ଖବରକାଗଜ ର ଶେଷ ନାହିଁ। କିନ୍ତୁ ସାମ୍ବାଦିକ ମାନେ ସର୍ବଦା ନିରପେକ୍ଷ ଏବଂ ସତ୍ୟ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ।ମୂଖ୍ୟ ବକ୍ତା ଭାବେ ମିଡିଆ ପ୍ରସିକ୍ଷକ ବି. ପି.ସଞ୍ଜୟ ଯୋଗଦେଇଥିଲେ।ସଂମ୍ମାନୀତ ଅତିଥିଭାବେ ପିଜି କାଉନ୍ସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ତ୍ରିପାଠୀ,ଜେ ଏମ ସି ଆଲୁମିନା ଏସୋସିଏସନ ର ସଭାପତି ଜେ. ଶେଷଗିରି ରାଓ, ଉପସଭାପତି ହୃଷିକେଶ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ବିଭାଗୀୟ ମୁଖ୍ୟ ଡ଼ଃ. ବନ୍ଦିତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଗଣେଶ୍ୱର ସେଠୀ ସମ୍ମିଳନୀ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ଗଣଯୋଗାଯୋଗ ବିଭାଗର ଲୋଗ ଉନ୍ମୋଚିତ ହୋଇଥିଲା।କୃତି ଛାତ୍ରଛାତ୍ରୀ ଙ୍କୁ ଅରିନ୍ଦମ ଦାସ ସ୍କୋଲାରଶିପ ଏବଂ ରମୋଜି ରାଓ ଜୟନ୍ତୀ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା। ଏହି ସମ୍ମିଳନୀ ରେ ସାରା ରାଜ୍ୟର ବହୁ ପ୍ରତିଷ୍ଠିତ ସାମ୍ବାଦିକ ଏବଂ ପୂର୍ବତନ ଛାତ୍ର ସାଂସଦ ର ସଦସ୍ୟ ମାନେ ଯୋଗଦେଇଥିଲେ।ଶେଷରେ ସହକାରୀ ପ୍ରଫେସର ଡ଼ଃ. ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.