ବଢୁଛି ଶୀତ: ରେକର୍ଡ କଲା ରାଜଧାନୀ ରାତି

add-all

ଭୁବନେଶ୍ବର: ଗତକାଲି ରାଜଧାନୀ ରାତି ଥିଲା ସବୁଠୁ ଥଣ୍ଡା ରାତି । ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ରାତିରେ ଭୁବନେଶ୍ଵରରେ ତାପମାତ୍ରା ୧୦.୯ ଡିଗ୍ରୀ ରହିଥିବା ବେଳେ  କଟକରେ ୧୧ ଡିଗ୍ରୀ ରହିଛି ପାରଦ।

ସେପଟେ ଏବେ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଏବେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ଗତକାଲି ରାତିରେ ୧୦ ଡିଗ୍ରୀ ତଳେ ମୋଟ ୧୧ଟି ସହରର ତାପମାତ୍ରା ରହିଛି । ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। ଷ୍ଟିଲ ସିଟି ରାଉରକେଲାରେ ୫.୭ ଡିଗ୍ରୀ ରେକର୍ଡ କରିଥିବା ବେଳେ ସୁନ୍ଦରଗଡରେ ୯ ଡିଗ୍ରୀ,  ଫୁଲବାଣୀରେ ୭ ଡିଗ୍ରୀ , ଝାରସୁଗୁଡାରେ ୭.୧ ଡିଗ୍ରୀ , ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, ଭବାନୀପାଟଣାରେ ୭.୮ ଡିଗ୍ରୀ, ଅନୁଗୁଳରେ ୮ ଡିଗ୍ରୀ, ଜଗତସିଂହପୁରରେ ୯.୫ ଡିଗ୍ରୀ, କୋରାପୁଟ ଓ ଢେଙ୍କାନାଳରେ ୯.୬ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ନେଇ ସୂଚନା ଦେିଛି ପାଣିପାଗ ବିଭାଗ । କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟ ଅସହ୍ୟ ଶୀତ ଅନୁଭୂତ ହେଉଛି। ଏମିତିକି ସେଠି ଶିଶିର ବିନ୍ଦୁ ବରଫରେ ପରିଣତ ହୋଇଥିବା ଦୃଶ୍ୟ ସକାଳୁ ସକାଳୁ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.