ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼ କଲା ଇସ୍ରାଏଲ

add-all

ସିରିଆର ଉପକୂଳବର୍ତ୍ତୀ ତାରଟୁସ ରିଜନରେ ଇସ୍ରାଏଲ ପକ୍ଷରୁ ଭୟଙ୍କର ଏୟାର ଷ୍ଟ୍ରାଇକ ଜାରି ରହିଛି। ୨୦୧୨ ପରେ ପ୍ରଥମଥର ପାଇଁ ଉକ୍ତ ଅଞ୍ଚଳରେ ଇସ୍ରାଏଲ ଏପରି ଘନଘନ ବୋମା ମାଡ଼ କରିଛି। ଇସ୍ରାଏଲ ପକ୍ଷରୁ ସିରିଆର ସାମାରିକ ପ୍ରତିଷ୍ଠାନ ବିଶେଷ କରି ଏୟାର ଡିଫେନ୍ସ ୟୁନିଟ ଓ ଭୂପୃଷ୍ଠରୁ-ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ସଂରକ୍ଷିତ ସ୍ଥାନକୁ ଟାର୍ଗେଟ କରାଯାଇଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାରୁ ଭୟଙ୍କର ବୋମା ମାଡ଼ କରାଯାଇଛି। ଏଠାରେ ପ୍ରଥମଥର ପାଇଁ ‘ଭୂକମ୍ପ ବୋମା’ ମାଡ଼ ହୋଇଛି। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି। ବୋମା ବିସ୍ଫୋରଣ ପରେ ଭୂକମ୍ପ ଭଳି ସ୍ଥିତି ଦେଖାଯାଇଛି। ଏହାର ତୀବ୍ରତା ମଧ୍ୟ ରିକ୍ଟର ସ୍କେଲରେ ମପା ଯାଇଥିବା ଜଣାପଡ଼ିଛି।

ଇସ୍ରାଏଲର କହିବା କଥା ଯେ ସିରିଆରେ ଏବେ ବିଦ୍ରୋହୀଙ୍କ ଶାସନ ଚାଲିଛି। କାଳେ ସେମାନଙ୍କ ହାତରେ ଦେଶର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପଡ଼ିଯିବ, ସେଥିପାଇଁ ଇସ୍ରାଏଲ ପକ୍ଷରୁ ସାମରିକ ପ୍ରତିଷ୍ଠାନକୁ ଧ୍ୱଂସ କରାଯାଉଛି। ସେହିପରି ଉତ୍ତର ସୀମାନ୍ତରେ ଶାନ୍ତି ଓ ସ୍ଥିରତା ପାଇଁ ଏପରି ହମଲା କରାଯାଉଥିବା ଇସ୍ରାଏଲ କହିଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, “ଆମର ସିରିଆ ସହ ବିବାଦ ସୃଷ୍ଟି କରିବାକୁ କୌଣସି ଇଚ୍ଛା ନାହିଁ। କେବଳ ସିରିଆ ପକ୍ଷରୁ ଥିବା ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବା ଓ କାଳେ ଆତଙ୍କବାଦ ତତ୍ତ୍ୱ ସୀମାନ୍ତକୁ ଦଖଲ କରିନେବେ, ସେହି ଆଶଙ୍କାରେ ଇସ୍ରାଏଲ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି।”

ରିସର୍ଚ୍ଚର ରିଚାର୍ଡ କୋରଡାରୋ କହିଛନ୍ତି, ଇସ୍ରାଏଲ ପକ୍ଷରୁ ମାଡ଼ କରାଯାଇଥିବା ବୋମା ଏତେ ବିଶାଳ ଥିଲା ଯେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ରେକର୍ଡ ହୋଇଛି। ତାଙ୍କ କହିବା କଥା ଯେ ତାରଟୁସରେ ଥିବା ଗୁଳିଗୋଳା ଡିପୋରେ ଏପରି ବିସ୍ଫୋରଣ ହୋଇଛି। ଏହାଦ୍ୱାରା ପୂରା ଆଖପାଖ ଅଞ୍ଚଳ ପ୍ରଭାବିତ ହୋଇଛନ୍ତି। ଅନେକ ଘର ଦ୍ୱାର ମଧ୍ୟ ଭାଙ୍ଗି ଯାଇଛି।

ad-week
Leave A Reply

Your email address will not be published.