ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ, ହଟହଟା କଂଗ୍ରେସ କର୍ମୀ ଓ ପୋଲିସ

add-all

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ ।

ସୂଚନା ଅନୁଯାୟୀ, ବିଚ୍ ରାସ୍ତା ଉପରେ ମହୁମାଛି ମାନେ ଜୋରଦାର ଆକ୍ରମଣ କରିଛନ୍ତି। ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ। ମହୁମାଛି ପାଇଁ ନାକେଦମ୍ ହେଲେ ପୋଲିସ୍ ଏବଂ କଂଗ୍ରେସ କର୍ମୀ।  ଏଥିସହ ହଟହଟା ହୋଇଛନ୍ତି ଖବର ସଂଗ୍ରହ କରୁଥିବା ସାମ୍ବାଦିକ।

ତେବେ ୧୦ ଲକ୍ଷ ଲାଞ୍ଚ ଅଭିଯୋଗରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଛାତ୍ର ଓ ଯୁବ କଂଗ୍ରେସ ଆନ୍ଦୋଳନ କରିଥିଲେ। ଅପରପକ୍ଷରେ ମହୁମାଛି ଆକ୍ରମଣ ରେ ଛତ୍ର ଭଙ୍ଗ ଦେଇଥିବା କଂଗ୍ରେସ କର୍ମୀ ପରବର୍ତ୍ତୀ ସମୟ ରେ ପୁଣି ଥରେ ରାଜରାସ୍ତାକୁ ଆସି ଆନ୍ଦୋଳନ ଚଳାଇଥିଲେ।

ad-week
Leave A Reply

Your email address will not be published.