ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମୋଦୀଙ୍କ ଆଲୋଚନା

add-all

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର ସଂକଳ୍ପ ନିଆଯାଇଛି। ପାୱାର-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ କରି ଶକ୍ତି ସମ୍ପର୍କକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁର କୁମାର ଦିସାନାୟାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ବେଳେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଉଭୟ ପକ୍ଷ ଅର୍ଥନୈତିକ ଭାଗିଦାରୀର ଅଂଶ ଭାବରେ ପୁଞ୍ଜିନିବେଶ ଭିତ୍ତିକ ବିକାଶ ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଭୌତିକ, ଡିଜିଟାଲ, ଶକ୍ତି ସଂଯୋଗ ଆମ ସହଯୋଗର ପ୍ରମୁଖ ସ୍ତମ୍ଭ ହେବ ବୋଲି ଆମେ ନିଷ୍ପତ୍ତି ନେଇଛୁ। ଦୁଇ ଦେଶ ପାୱାର ଗ୍ରୀଡ୍ ସଂଯୋଗ ସ୍ଥାପନ ପାଇଁ କାର୍ଯ୍ୟ କରିବେ ଏବଂ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟକୁ ଏକ ମଲ୍ଟି ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ଏବଂ ତରଳ ପ୍ରାକୃତିକ ଗ୍ୟାସ (ଏଲଏନଜି) ଯୋଗାଇ ଦିଆଯିବ ବୋଲି ମୋଦୀ କହିଛନ୍ତି।

ଦୁଇ ଦେଶ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ରାମେଶ୍ୱରମ୍ ଏବଂ ତାଲାଇମନ୍ନାର ମଧ୍ୟରେ ଏକ ଫେରି ସେବା ଆରମ୍ଭ କରାଯିବ ବୋଲି ମୋଦୀ ଘୋଷଣା କରିଥିଲେ। ଆମେ ଦୁହେଁ ଏକମତ ଯେ ଆମର ସୁରକ୍ଷା ସ୍ୱାର୍ଥ ପରସ୍ପର ସହ ଜଡ଼ିତ। ଆମେ ଖୁବ୍ ଶୀଘ୍ର ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଛୁ। ‘ହାଇଡ୍ରୋଗ୍ରାଫି’ରେ ସହଯୋଗ ପାଇଁ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଆଲୋଚନା ସମୟରେ ମତ୍ସ୍ୟଜୀବୀଙ୍କ ବିବାଦୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ad-week
Leave A Reply

Your email address will not be published.