ହସ୍ପିଟାଲ ପରିସରରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ l ହସ୍ପିଟାଲ ପରିସରରେ ଆତ୍ମହତ୍ୟା କଲେ ରୋଗୀ l ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଛି ଏହି ଘଟଣା l ଆତ୍ମହତ୍ୟା କରିଥିବା ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଅଟଳପୁର ଗାଁରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଦିଲ୍ଲୀପ ସାହୁ l ତେବେ କେଉଁ କାରଣରୁ ବୃଦ୍ଧ ଜଣଙ୍କ ଏପରି ନିଷ୍ପତି ନେଇଛନ୍ତି ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l

ସୂଚନା ଅନୁସାରେ, ଡିସେମ୍ବର ୫ ତାରିଖରେ ମୃତକ ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଅର୍ଥୋପେଡିକ୍ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ l ତେବେ ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ସେପଟେ ହସ୍ପିଟାଲ ପରିସର ଭିତରେ ସମସ୍ତେ ଥିବା ବେଳେ ବୃଦ୍ଧ ଜଣଙ୍କ କିପରି ଆତ୍ମହତ୍ୟା କଲେ ଏବଂ ଏନେଇ କେହି କେମିତି ଜାଣିପାରିଲେନି ସେନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.