ବାର୍ଷିକ କ୍ରୀଡା ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ…

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ଥାନା ରାଏବଗା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ବାର୍ଷିକ କ୍ରୀଡ଼ା ଏବଂ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସୁଲୋଚନା ବେହରାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ! ଏହି ଅବସରରେ ସ୍ଥାନୀୟ ନିସର୍ତ୍ତ ପେପରର ସାମ୍ବାଦିକ ଅବଦୁଲ ସୋହାଭ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ! ପ୍ରଥମେ ଦୀପ ପ୍ରଜ୍ୱଳନ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ପତାକା ଉତ୍ତଳନ କରି ବାର୍ଷିକ କ୍ରୀଡ଼ା ଉଦଘାଟନ କରିଥିଲେ ! ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ିବା ସହ ଭଲ ଖେଳ ଖେଳିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଜର ଅଭିଭାଷଣରେ କହିବା ସହ ସମ୍ବୋଧିତ କରିଥିଲେ ! ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଙ୍କ ସହିତ ଶିକ୍ଷକ ସନ୍ତୋଷ ଲାକ୍ରା, ଚିନ୍ମୟ ନାଏକ, ଶୁକଦେଭ ସାହୁ, ରାମକୃଷ୍ଣ ଦାସ, ବିଘ୍ନରାଜ ନନ୍ଦ, ପ୍ରଫୁଲ୍ଲ କୁମାର ଗୋୱାଲା, ରଘୁନାଥ ବେହେରା, ରାହୁଲ କୁମାର ନନ୍ଦୀ ଏବଂ ଶିକ୍ଷୟିତ୍ରୀ ନୀଳମଣି ସୁରୀନ, ପ୍ରିୟଙ୍କା ଏକ୍କା, ମୁନଂଜିତ ମହାନନ୍ଦା, ତୃପ୍ତିମାଝୀ ପ୍ରଧାନ, ହେମନ୍ଥ କୁମାର ଗୋପ ଓ ଗୁପ୍ତେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

ad-week
Leave A Reply

Your email address will not be published.