ସମୁଦ୍ରରେ ଯାତ୍ରୀବାହୀ ଡଙ୍ଗାକୁ ପିଟିଲା ସ୍ପିଡ୍‌ ବୋଟ୍‌

add-all

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ସମୁଦ୍ରର ଗଭୀର ଜଳ ରାଶିରେ ଗୋଟିଏ ଯାତ୍ରୀବାହୀ ଡଙ୍ଗାକୁ ଭୟଙ୍କର ଢଙ୍ଗରେ ପିଟିଛି ସ୍ପିଡ ବୋଟ। ସ୍ପିଡରେ ବୋଡରେ ୪ ଜଣ ବୁଲୁ ଥିବା ବେଳେ ହଠାତ୍‌ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ଏହା ଧକ୍କା ଦେଇଛି। ଫଳରେ ସ୍ପିଡ ବୋଟ ସହ ବିଶାଳକାୟ ଯାତ୍ରୀବାହୀ ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଛି। 

ପୂରା ଘଟଣା ୮୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗାରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ କଏଦ କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ନିଖୋଜ ରହିଛନ୍ତି। 

ସେମାନଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ଡଙ୍ଗା ବୁଡ଼ି ଯାଇଥିବା ସ୍ଥାନକୁ ଉଦ୍ଧାରକାରୀ ବୋଟ ପଠାଯାଇଛି। ପାଣିରୁ ଉଦ୍ଧାର କରାଯାଉଥିବା ଲୋକଙ୍କୁ ଜୀବନ ରକ୍ଷାକାରୀ ଜ୍ୟାକେଟ ପିନ୍ଧାଇ ଅନ୍ୟ ଏକ ବୋଟରେ ସୁରକ୍ଷିତ ସ୍ଥାନକୁ ପଠାଯାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବାହିନୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଭାରତୀୟ ନୌସେନାର ୩ଟି ଟିମ, ୱେଲୋ ଗେଟ ପୁଲିସ୍‌ ଓ ସ୍ଥାନୀୟ ଧୀବର ମାନେ ମଧ୍ୟ ଲୋକଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। 

ad-week
Leave A Reply

Your email address will not be published.