ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି

add-all

ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି । 

ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ବାଚସ୍ପତିମୁଲତବୀ କରିଥିଲେ।

ଏହି ଘଟଣାକୁ ନେଇ ଢ଼େଙ୍କାନାଳ ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି କଂଗ୍ରେସର ଏଭଳି ଅଭଦ୍ରାମୀ ବିନାଶ କାଳେ ବିପରୀତ ବୁଦ୍ଧି ଭଳି। କଂଗ୍ରେସର ଅବସ୍ଥା ଆହୁରି ଦୟନୀୟ ହେବ। ଏହା ରାହୁଲ ଗାନ୍ଧୀଙ୍କ ମୁର୍ଖାମୀ। ନିରାଶ ହୋଇ କଂଗ୍ରେସ ଏବ‌େ ଗୁଣ୍ଡାଗର୍ଦ୍ଦି କରୁଛି। ରାହୁଲ ପୂର୍ବତନ ମନ୍ତ୍ରୀଙ୍କୁ ଜାଣିଛନ୍ତି। ସେ ଏଭଳି କରିବା ନିନ୍ଦନୀୟ ବୋଲି ରୁଦ୍ର ପାଣି କହିଛନ୍ତି। ଏନେଇ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବୁ ବୋଲି ରୁଦ୍ର ପାଣି କହିଛନ୍ତି।

ad-week
Leave A Reply

Your email address will not be published.