ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା

add-all

ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍‌ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା ବେଳେ ୫ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ। 

ଓମ୍‌ପ୍ରକାଶଙ୍କ ପିତା ଥିଲେ ଚୌଧୁରୀ ଦେବୀଲାଲ। ସେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଭାରତର ଉପ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଦେବୀଲାଲଙ୍କ ୫ ସନ୍ତାନ ମଧ୍ୟରୁ ଓମ୍‌ପ୍ରକାଶ ଚୌତାଲା ସବୁଠୁ ବଡ଼ ଥିଲେ। ଦେବୀଲାଲ ଡେପୁଟି ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ବଡ଼ ପୁଅ ଓମ୍‌ପ୍ରକାଶ ଚୌତାଲା ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ। ନିଜ ଜୀବନ କାଳ ମଧ୍ୟରେ ସେ ୫ ଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। 

ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ଓମ୍‌ ପ୍ରକାଶ ଚୌତାଲାଙ୍କ ଶିକ୍ଷାଗତ ଯୋଗ୍ୟତା କିନ୍ତୁ ବେଶି ନ ଥିଲା। ଏହା ତାଙ୍କୁ ଖୁବ୍‌ କଷ୍ଟ ଦେଇଥିଲା। ତେଣୁ ୮୭ ବର୍ଷ ବୟସରରେ ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। 

ଓମ୍‌ପ୍ରକାଶ ଚୌତାଲା ୧୯୩୫ ମସିହା ଜାନୁୟାରୀ ୧ ତାରିଖରେ ପଞ୍ଜାବର ଚୌତାଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ସ୍ନେହଲତା ଚୌତାଲାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୫ ସନ୍ତାନ ଅଛନ୍ତି। 

ad-week
Leave A Reply

Your email address will not be published.