ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

add-all

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ । ପରେ ଜାନୁଆରୀ ୧ରୁ ଆରମ୍ଭ ହେବ ଧାଡି ଦର୍ଶନ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ବ୍ୟବଓ୍ଥା ଆରମ୍ଭ ହେବା ନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ। ପରୀକ୍ଷାମୂଳକ ଭାବେ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଧାଡି ଦର୍ଶନ କରାଯିବ। ଏହାପରେ ଜାନୁଆରୀ ୧ ତାରିଖ ଅର୍ଥାତ୍ ନୂଆବର୍ଷ ଠାରୁ ଧାଡି ଦର୍ଶନ ଆରମ୍ଭ ହେବ । ଭକ୍ତମାନେ ସାତ ପାହାଚ ଦ୍ଵାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଘଣ୍ଟି ଏବଂ ଗାରଦ ଦ୍ଵାରରେ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ଵାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ ଏବଂ ଗାରଦ ଦ୍ଵାରରେ ପୁରୁଷମାନେ ଜଗା ଦର୍ଶନ କରିବେ।

ad-week
Leave A Reply

Your email address will not be published.