ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା, ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ

add-all

ପାରାଦୀପ: ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର । ଜାହାଜରେ ଅଛନ୍ତି ୨୧ଜଣ ଭିଏତନାମା ନାଗରିକ । ପ୍ରଥମେ ୧୧ଜଣ ସଦ୍ୟ ନିଜ ଦେଶକୁ ଫେରିବାର ବାଟ ଫିଟିଛି । ସେମାନଙ୍କୁ ଜାହାଜକୁ ଯିବା ପାଇଁ କଷ୍ଟମ୍ସ ଓ ଇମିଗ୍ରେସନ ବିଭାଗର କ୍ଲିୟରାନ୍ସ ମିଳିଛି।

ତେବେ ବନ୍ଦରର ଡେପୁଟି କଞ୍ଜରଭେଟର ପାଗ ଖରାପ ଯୋଗୁଁ ଜାହାଜ ନିକଟକୁ ଯିବାପାଇଁ କ୍ଲିୟରାନ୍ସ ଦେଇନାହାନ୍ତି। ଅନ୍ୟ ୧୦ ଜଣ କ୍ରିୟୁ ସଦସ୍ୟଙ୍କ ଭିସା ଅବଧି ସରିଯାଇଥିବାରୁ ସେମାନେ ଜାହାଜରେ ରହିବେ। ସେମାନଙ୍କ ଭିସା କ୍ଲିୟର ହେବା ପରେ ସେମାନେ ମଧ୍ୟ ନିଜ ଦେଶ ଭିଏତନାମ କୁ ଫେରିଯିବେ। ଦୀର୍ଘ ୧ ବର୍ଷ ହେଲା କ୍ରିୟୁ ସଦସ୍ୟ ଜାହାଜରେ ଅଟକ ରହିଛନ୍ତି। ଜାହାଜର ରକ୍ଷଣାବେକ୍ଷଣ ପାଇଁ ଆଉ ୧୧ ଜଣ ନୂଆ କ୍ରିୟୁ ସଦସ୍ୟ ଜାହାଜରେ ଚଢିବେ।

ad-week
Leave A Reply

Your email address will not be published.