ଅପହୃତା ଯୁବତୀଙ୍କୁ ଉଦ୍ଧାର କଲା କମିଶନରେଟ୍ ପୁଲିସ

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମୈତ୍ରୀ ବିହାର ଥାନା ଅଞ୍ଚଳରୁ ଅପହୃତ ଯୁବତୀଙ୍କୁ ଅବଶେଷରେ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଉକ୍ତ ଯୁବତୀଙ୍କୁ ବରମୁଣ୍ଡା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର ଯୁବତୀଙ୍କୁ ଏବେ ମୈତ୍ରୀ ବିହାର ଥାନାରେ ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ଆକାଶ ସିଂହ ନାମକ ଜଣେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଯୁବକ ଆକାଶ ସିଂହଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରାଜଧାନୀର ମୈତ୍ରୀ ବିହାରରେ ୪ଜଣ ଯୁବକ ଆକାଶ ସିଂହଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାପରେ ସାଙ୍ଗରେ ଥିବା ତାଙ୍କର ବାନ୍ଧବୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଅପହରଣ କରି ନେଇଥିବା ଚାରି ଯୁବକ ଏବେ ଆକାଶଙ୍କ ଫୋନକୁ କଲ୍ କରି ଯୁବତୀଙ୍କୁ ଛାଡ଼ିବା ପାଇଁ ଟଙ୍କା ଦାବି କରିଥିବା କୁହାଯାଉଛି। ତେଣେ ଯୁବତୀଙ୍କୁ ଉଦ୍ଧାର ପାଇଁ କମିଶନରେଟ୍ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।

ad-week
Leave A Reply

Your email address will not be published.