ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..

add-all

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ଯୋଡି ହେଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଏନେଇ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଟିମ୍‌ରେ ଏଆଇରେ ବରିଷ୍ଠ ନୀତି ପରାମର୍ଶଦାତା ଭାବେ ଦାୟିତ୍ୱ ନେବେ ଶ୍ରୀରାମ କ୍ରିଷ୍ଣନ୍‌।
ଆମେରିକାର ନୂତନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦଳ ଗଠନ କରୁଛନ୍ତି । ସେ ତାଙ୍କ ଦଳରେ ବହୁ ସଂଖ୍ୟାରେ ହିନ୍ଦୁଙ୍କୁ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଟ୍ରମ୍ପ ହିନ୍ଦୁଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକଟ କରୁଥିବା ଦେଖାଯାଉଛି। ସେ ଭାରତୀୟ ଶ୍ରୀରାମ କ୍ରିଷ୍ଣନ୍‌ଙ୍କୁ ତାଙ୍କ ଦଳରେ ସାମିଲ କରିଛନ୍ତି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ପାଇଁ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ ଟ୍ରମ୍ପ କ୍ରିଷ୍ଣନ୍‌ଙ୍କ ନାମ ଘୋଷଣା କରିଛନ୍ତି ।
ରବିବାର ଟ୍ରମ୍ପ ଅନେକ ନିଯୁକ୍ତି ଦେବା ସହ ସେ ଏକ ସରକାରୀ ବିବୃତ୍ତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ହ୍ୱାଇଟ୍‌ ହାଉସ୍‌ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟାଳୟରେ କ୍ରିଷ୍ଣନ୍‌ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।
ଶ୍ରୀରାମ କ୍ରିଷ୍ଣନ୍‌ ଓ ଏଲନ୍‌ ମସ୍କ ବହୁତ ଭଲ ବନ୍ଧୁ। କ୍ରିଷ୍ଣନନ୍‌ ଫେସ୍‌ବୁକ୍‌, ମାଇକ୍ରୋସଫ୍‌, ୟାହୁ, ଟ୍ୱିଟର ଏବଂ ସ୍ନାପ୍‌ କରି ନାମୀ କମ୍ପାନୀରେ କାମ କରିଛନ୍ତି। ଏହି ପଦ ପାଇଁ ମନୋନୀତ ହୋଇଥିବାରୁ କ୍ରିଷ୍ଣନନ ଖୁବ୍‌ ଖୁସି ବୋଲି ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।

ad-week
Leave A Reply

Your email address will not be published.