ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍‌ ରନ୍‌

add-all

ପୁରୀ : ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ୍‌ ରନ୍‌। ଏନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ। ଜାନୁଆରୀ ୨୦ରୁ ୨୨ ଭିତରେ ଧାଡି ଦର୍ଶନ ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ନାଟ ମଣ୍ଡପ ଭିତରେ କିଭଳି ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେନେଇ ବାରିକେଡ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ବ୍ୟବସ୍ଥାବଳୀ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି। ଯେଉଁ କମିଟିରେ ଏସପି, କମାଣ୍ଡର ଓ ନୀତି ପ୍ରଶାସକ ସଦସ୍ୟ ରହିଛନ୍ତି ।
ନୂଆ ବ୍ୟବସ୍ଥାରେ ଭକ୍ତମାନେ ସୁଖଦ ଅନୁଭୂତି ପାଇବେ ବୋଲି ଆଶା ରଖିଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଉଁଭଳି ବାଧକ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ନୂଆ ବ୍ୟବସ୍ଥା ହେଲେ ହୁଣ୍ଡି ସ୍ଥାନାନ୍ତର ହେବ। ସେଥିପାଇଁ ରାଜ୍ୟ ସରକାରଙ୍କ ଆଇନ ବିଭାଗର ଅନୁମୋଦନ ଆବଶ୍ୟକ। ଖୁବଶୀଘ୍ର ଦର୍ଶନ ବ୍ୟବସ୍ଥା ନେଇ SOP କରାଯିବ।
କିଛି ଦିନ ପୂର୍ବେ ଏହି ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ। ଶ୍ରୀଜିଉଙ୍କୁ ଦର୍ଶନ କରି ସାରିକି ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ସେମାନେ ବାହାରକୁ ବାହାରିବେ। ମହିଳା, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଦର୍ଶନ କିପରି ସୁଙ୍ଗମ ହେବ ସେଥି ପାଇଁ ଭିନ୍ନ ଏକ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ପ୍ରସ୍ଥାନ କରିବେ ଓ ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ। ଏଥିପାଇଁ ବ୍ୟବସ୍ଥା କରାଯାଉଛି।

ad-week
Leave A Reply

Your email address will not be published.