ବିଲ ମଝିରେ ଜଳିଗଲେ ଚାଷୀ, ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କଲେ ଲୋକେ

add-all

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏ ନେ ସି ନରସିଂପୁର ଗାଁ ର ଜଣେ ଚାଷି ବିଲକୁ ଯାଉଥୁବା ସମୟରେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ବିଲ ମଝିରେ ଜଳିଗଲେ ଚାଷୀ।  ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।   ସେତେବେଳକୁ ପ୍ରମୋଦ ଜଳିଯାଇଥିଲେ ।  ପ୍ରମୋଦଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ବିଦ୍ୟୁତ ବିଭାଗର ଖାମ ଖିଆଲି ନୀତି ପାଇଁ  ଚାଷିର  ଜୀବନ  ଚାଲିଯାଇଛି ।  ପରିବାରକୁ ତୁରନ୍ତ କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଲୋକେ ଚାନ୍ଦବାଲି ମଧୁବାବୁ ଛକରେ ଟାୟାର ଜାଳି ରାସ୍ତା ରୋକ କରିଥିବା ସହ ଉକ୍ତ ଚାଷୀର ମୃତ ଶରୀରକୁ ରଖି ବିଦ୍ୟୁତ ଅଫିସ ଘେରାଓ କରିଛନ୍ତି।  ଘଟଣା ଉତେଜନାପୂର୍ଣ୍ଣ ରହିଥିବା ହେତୁ ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି  ।

ad-week
Leave A Reply

Your email address will not be published.