ଚୁକ୍ତି ପରେ ମଧ୍ୟ ଚୀନ୍ ସେନା ଏଲଏସିରେ ରହିଛନ୍ତି

add-all

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଶେଷ ହେବାକୁ ଯାଉଛି। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି ଯେ ପୂର୍ବ ଲଦାଖରେ ଚାଲିଥିବା ବିବାଦକୁ ବନ୍ଦ କରିବା ପାଇଁ ଭାରତ ଏବଂ ଚୀନ୍‌ର ସୈନ୍ୟବାହିନୀ “ସମ୍ପୁର୍ଣ୍ଣ ଏବଂ ପ୍ରଭାବଶାଳୀ” କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ବାବଦରେ ସ୍ଥିର ଅଗ୍ରଗତି ହୋଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ କହିଛି ଯେ ସେଠାରେ ସ୍ଥିତି ସ୍ଥିର ଅଛି କିନ୍ତୁ “ସମ୍ବେଦନଶୀଳ” ସ୍ଥିତି ରହିଛି।

ଚୀନ୍ ପ୍ରତିରକ୍ଷା ମୁଖପାତ୍ର ସିନିୟର କର୍ଣ୍ଣେଲ  ଝାଙ୍ଗ ଜିଆଓଗଙ୍ଗ ବେଜିଂରେ ଏକ ଗଣମାଧ୍ୟମରେ ସଂକ୍ଷିପ୍ତ ବକ୍ତବ୍ୟରେ ମନ୍ତବ୍ୟ ଦେଇଛନ୍ତି। ଯେତେବେଳେ ଡିସେମ୍ବର ୧୮ରେ ସ୍ୱତନ୍ତ୍ର ପ୍ରତିନିଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଭାରତ ଏବଂ ଚୀନ୍‌ର ସୈନ୍ୟ ଦଳ ଉଭୟ ପକ୍ଷ ମଧ୍ୟରେ ସୀମା ସମ୍ବନ୍ଧୀୟ ସମାଧାନକୁ ବ୍ୟାପକ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ସ୍ଥିର ଅଗ୍ରଗତି ହୋଇଛି। ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ସହମତି ହୋଇଥିଲା।

ସେ ଏହା ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତି ଆଧାରରେ ଭାରତ ଏବଂ ଚୀନ୍ କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ସୀମା ସ୍ଥିତିକୁ ନେଇ ଘନିଷ୍ଠ ଯୋଗାଯୋଗ ବଜାୟ ରଖିଛନ୍ତି ଏବଂ ବହୁତ ଅଗ୍ରଗତି କରିଛନ୍ତି।

ଅକ୍ଟୋବର ୨୧ରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଚୁକ୍ତିନାମା ପରେ ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ସାକ୍ଷାତ କରି ଆଲୋଚନା ହୋଇଥିଲା।ଏପ୍ରିଲ୍ ୨୦୨୦ରେ ବିବାଦ ଆରମ୍ଭ ହେବା ପରେ ,ନେଇ  ଆଲୋଚନା କରାଯାଇଥିଲା। ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ଶିଖର ସମ୍ମିଳନୀରେ ରୁଷିଆରର କାଜାନରେ ସାକ୍ଷାତ କରି ଅକ୍ଟୋବର ୨୧ ଚୁକ୍ତିନାମାକୁ ଅନୁମୋଦନ କରିଥିଲେ।

କର୍ଣ୍ଣେଲ ଝାଙ୍ଗ କହିଛନ୍ତି ଯେ, ଭାରତ-ଚୀନ୍ ସମ୍ପର୍କକୁ ସଠିକ୍ ପଥରେ ଆଣିବା ଜରୁରୀ। ଗୁରୁତ୍ୱପୂର୍ଣ୍ଣ ସହମତିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିବା ମଧ୍ୟ ଆବଶ୍ୟକ। ଭାରତ-ଚୀନ୍ ସାମରିକ ସମ୍ପର୍କକୁ ଅଧିକ ବିନିମୟ ଏବଂ ପାରସ୍ପରିକ ସମ୍ପର୍କ ପାଇଁ ପ୍ରୋତ୍ସାହିତ କରିବେ ଏବଂ ମିଳିତ ଅଞ୍ଚଳରେ ସ୍ଥାୟୀ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବେ। ଏଥିପାଇଁ ଭାରତୀୟ ପକ୍ଷ ସହିତ ଆମେ ସହମତ।

ଏ ବାବଦରେ ଭାରତ ପକ୍ଷରୁ ଏକ ସକାରାତ୍ମକ ପ୍ରତିକ୍ରିୟା ଆସିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ପ୍ରକୃତ ନିୟନ୍ତ୍ରଣ ଲାଇନରେ ଥିବା ସାମଗ୍ରିକ ସ୍ଥିତି ସ୍ଥିର କିନ୍ତୁ “ସମ୍ବେଦନଶୀଳ” ଅଟେ ଏବଂ “ସମାନ ଏବଂ ପାରସ୍ପରିକ ସୁରକ୍ଷା” ନୀତି ଆଧାରରେ ସ୍ଥଳ ସ୍ଥିତିକୁ ପୁନଃସ୍ଥାପିତ କରିବା ପାଇଁ ବ୍ୟାପକ ସହମତି ପ୍ରକାଶ ପାଇଛି। ପୂର୍ବ ଲଦାଖରେ ଗତ ଦୁଇଟି ବିବାଦୀୟ ସ୍ଥାନରୁ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀର ଅବସର ପରେ କିଛି ସପ୍ତାହ ପରେ ମନ୍ତ୍ରଣାଳୟର ଏହି ବିବୃତି ଦିଆଯାଇଛି।

ମନ୍ତ୍ରଣାଳୟ କହିଛି, ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ଡେପସଙ୍ଗ ଏବଂ ଡେମୋକୋକର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର, ସେମାନଙ୍କ ସ୍ଥାନାନ୍ତର ଏବଂ ପରବର୍ତ୍ତୀ ମିଳିତ ଯାଞ୍ଚ ଅନ୍ତର୍ଭୁକ୍ତ। ବର୍ତ୍ତମାନ, ଉଭୟ ପାର୍ଶ୍ୱରୁ ଅବରୋଧ ସ୍ଥାନଗୁଡିକ ହଟାଇ ଦିଆଯାଇଛି ଏବଂ ମିଳିତ ଯାଞ୍ଚ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଡିପସଙ୍ଗ ଏବଂ ଡେମୋକୋକରେ ପାରମ୍ପାରିକ ପାଟ୍ରୋଲିଂ ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ ଆରମ୍ଭ ହୋଇଛି। ମନ୍ତ୍ରଣାଳୟ କହିଛି, ଏଲଏସି ଏବଂ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ସମେତ ସମସ୍ତ ସୀମାରେ ସ୍ଥିରତା ଏବଂ ପ୍ରାଧାନ୍ୟ ସୁନିଶ୍ଚିତ କରିବା ପାଇଁ ସେନା ଏକ ଉଚ୍ଚ କାର୍ଯ୍ୟକ୍ଷମ ପ୍ରସ୍ତୁତି ବଜାୟ ରଖିଛି।

ad-week
Leave A Reply

Your email address will not be published.