ଅରିବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି ମୁଖ୍ୟ ଅରିବିନ୍ଦ କେଜ୍ରିୱାଲଙ୍କ ନାଁରେ FIR ।  ଦିଲ୍ଲୀର ଶିଖ ଗୁରୁଦ୍ବାର ପରିଚାଳନା କମିଟି ବା DSGMC ପକ୍ଷରୁ ରୁଜୁ ହୋଇଛି ଏହି ମାମଲା। କେଜ୍ରିୱାଲଙ୍କ ସମେତ ଦଳର ବିଧାୟକ ଓ କର୍ମୀଙ୍କ ବିରୋଧରେ ମଧ୍ୟ FIR ହୋଇଛି। ଆପ୍ ନେତା ଓ କର୍ମୀମାନେ ଗୁରୁଦ୍ୱାର ବାଙ୍ଗଲା ସାହିବର ପବିତ୍ରତା ନଷ୍ଟ କରିବା ସହ ଶାନ୍ତି ଭଙ୍ଗ କରିଥିବା ଅଭିଯୋଗରେ ଦର୍ଶାଯାଇଛି।

DSGMC ସଭାପତି ହରମିତ୍ ସିଂହ କାଲ୍ କାଙ୍କ ଦ୍ୱାରା ଦିଆଯାଇଥିବା ଏହି ଅଭିଯୋଗରେ କୁହାଯାଇଛି ଯେ, AAP କର୍ମୀମାନେ ଏହି ପବିତ୍ର ଧାର୍ମିକ ସ୍ଥଳକୁ ରାଜନୈତିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରି ଗୁରୁଦ୍ୱାରର ମର୍ଯ୍ୟାଦା ଉଲ୍ଲଂଘନ କରିଛନ୍ତି। CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ଏକ ପ୍ରତିବାଦ ପ୍ରଦର୍ଶନ ସମୟରେ ଏହି ବିବାଦ ସୃଷ୍ଟି ହୋଇଥିଲା। ଜନ୍ତର ମନ୍ତର ଅଭିମୁଖେ ଯାଉଥିବା ଆନ୍ଦୋଳନକାରୀଙ୍କୁ ଦିଲ୍ଲୀ ପୋଲିସ ଅଟକାଇଥିବା ବେଳେ ଆପ୍ କର୍ମୀମାନେ ଗୁରୁଦ୍ୱାର ପରିସରକୁ ପଶିଆସି ରାଜନୈତିକ ନାରାବାଜି କରିଥିଲେ।

ଏହାସହ ସେଠାକାର ଶାନ୍ତି ଭଙ୍ଗ କରିଥିଲେ। ଆପ୍ ନେତାମାନେ ଏହି ଘଟଣାର ମିଛ ଓ ଭ୍ରମାତ୍ମକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ଗୁରୁଦ୍ୱାରର ପରମ୍ପରାକୁ ମଳିନ କରିଛନ୍ତି। ହରମିତ୍ ସିଂହ କାଲକା କହିଛନ୍ତି, ଏକ ପବିତ୍ର ପ୍ରାର୍ଥନା ସ୍ଥଳକୁ ରାଜନୈତିକ ରଣକ୍ଷେତ୍ରରେ ପରିଣତ କରିବା ପାଇଁ ହୋଇଥିବା ଚେଷ୍ଟା ଯୋଗୁଁ ଶିଖ୍ ସମୁଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଶିଖ୍ ସଙ୍ଗତଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ସେପଟେ ଆପର କୌଣସି ନେତା କିମ୍ବା କର୍ମୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ad-week
Leave A Reply

Your email address will not be published.