ଆସିକାରେ ବିଜେପି ବିଜେଡ଼ି ମଧ୍ୟରେ ଛକା ପଞ୍ଝା : ଅଶାନ୍ତର ବାତାବରଣ ଦିନକୁ ଦିନ ବଢୁଛି …..!

କୁହୁଳୁଛି ପାଉଁଶ ତଳର ନିଆଁ…


ନେତାଙ୍କ ଯୋଗୁଁ ଦ୍ୱନ୍ଦ୍ୱରେ ପ୍ରଶାସନ ଚାଲିଛି ଭାଇନା ରାଜ ……!

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଗତ କିଛି ଦିନ ହେଲା ବିଜେଡ଼ି ବିଜେପି ମଧ୍ୟରେ ସୋସିଆଲ ମିଡ଼ିଆ ରେ ଆରୋପ ପ୍ରତି ଆରୋପ ମାଧ୍ୟମରେ ବାକ ଯୁଦ୍ଧ ଚାଲିଥିବା ଲକ୍ଷ କରାଯାଇଛି। ଶାସକ ଦଳ ପକ୍ଷରୁ ବିଜେଡ଼ି ଆଗ ଧାଡ଼ିର କିଛି ବ୍ୟକ୍ତି ବିଶେଷ ମାନଙ୍କୁ ବିଭିନ୍ନ ଦଫାରେ ମାମଲା ରୁଜୁ କରିବାକୁ ପ୍ରୟାସ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। ପ୍ରକାଶ ଥାଉକି ବିଜେପି ମଣ୍ଡଳ ସଭାପତି କାଳିଆ ନାହାକ ଆକ୍ରମଣ ଘଟଣା କୁ ରାଜନୈତିକ ରୂପ ଦେବା ପାଇଁ ପ୍ରୟାସ କରାଯାଇଥିବା ଆଲୋଚନା ହୋଇଥିଲା। ଶାସକ ଦଳର କିଛି ବ୍ୟକ୍ତିଙ୍କୁ ଏହି ଆକ୍ରମଣ ଘଟଣା ରେ ଛନ୍ଦୀ ଦେବାପାଇଁ ଜୋର ଦାର ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ପୋଲିସର ସଠିକ ତଦନ୍ତ ପରେ ମଦ ବ୍ୟବସାୟ କୁ ନେଇ ଏହି ଆକ୍ରମଣ ହୋଇଥିବା ର ଖୁଲାସା ହୋଇଥିଲା। ଗଞ୍ଜାମ ଏସପି ସାହେବ ଏହି ଆକ୍ରମଣ ଘଟଣାର ସର ଜମିନ ତଦନ୍ତ କରି ଫେରିଥିଲେ। ବର୍ତ୍ତମାନ ପରିସ୍ଥିତିରେ କଲେଜ ନିର୍ବାଚନର ସୁଯୋଗ ନେଇ ପୁଣି ବିଜେଡ଼ି ବିଜେପି ମଧ୍ୟରେ ତିକ୍ତତା ବଢ଼ିଯାଇଛି। ଆସିକା ଅଞ୍ଚଳରେ କାର୍ଯ୍ୟରତ ଅଫିସର ମାନେ ସଚୋଟ ଭାବେ ନିରପେକ୍ଷ ଭାବେ କାର୍ଯ୍ୟ କରିଲେ ରାଜନୈତିକ ଚାପ ପ୍ରୟୋଗ କରାଯାଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଆସିକା ଅଞ୍ଚଳରେ ଭାଇନା ଙ୍କ ପ୍ରଭାବ ଯୋଗୁଁ ଅଫିସର ମରୁଡି ଦେଖା ଦେଇଛି। ଅଧା ଡଜନ ଅଫିସରେ ଅଫିସର ନାହାନ୍ତି। ଆଗକୁ ମୁନିସିପାଲିଟି ନିର୍ବାଚନ ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଅଛି। ଏଭଳି ପରିସ୍ଥିତିରେ ପ୍ରଶାସନକୁ ଲୁହାଚଣା ଖାଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସହରରେ ଆଲୋଚନା ହେଲାଣି।

ad-week
Leave A Reply

Your email address will not be published.