ଆସିକା ମାପ ଓଜନ ବିଭାଗ କୋମାରେ : ଖାଉଟିଙ୍କୁ ଓଜନ ରେ ବ୍ୟାପକ ଠକେଇ ଅଭିଯୋଗ ..!


ବ୍ରହ୍ମପୁର: ଆସିକା ସହର ରେ ମାପ ଓଜନ ରେ ଗ୍ରାହକ ମାନଙ୍କୁ ବ୍ୟବସାୟୀ ମାନେ ବ୍ୟାପକ ଠକେଇ କରୁଛନ୍ତି। ଆସିକା ତାଲୁକା ଛକରେ ଥିବା ମାପ ଓଜନ ବିଭାଗ ଅଧିକାରୀ ମାନେ ନାଇଁରେ ତେଲ ଦେଇ ଶୋଇଥିବା ଲକ୍ଷ କରାଯାଇଛି। କର୍ମଚାରୀ ଅଭାବ ଦର୍ଶାଇ ଥିବା ଯୋଗୁଁ ଗ୍ରାହକ ମାନେ ଓଜନ ରେ ଠକେଇ ହେଉଛନ୍ତି। ଅଧିକାଂଶ କରି ଆସିକା କାଳୀମୁଖି ସାହି ବଜାର ଠାରେ ଥିବା ଅଧିକାଂଶ ମାଛ ବ୍ୟବସାୟୀ ମାନେ ୫୦୦ ଗ୍ରାମ ବଟକରାକୁ ଗ୍ରାଇଣ୍ଡିଙ୍ଗ କରି ଶହେ ଗ୍ରାମ ଓଜନ ହ୍ରାସ କରି ଗ୍ରାହକଙ୍କୁ ଠକୁଛନ୍ତି।ଏହାସହିତ କମ୍ପୁଟର ବା ଡିଜିଟାଲ ଓଜନ ମେସିନ ରେ କିଲୋଗ୍ରାମ ପ୍ରତି ୨୦୦ ଗ୍ରାମ ଓଜନ ହ୍ରାସ କରି ଦିନ ଦିପହରେ ଠକେଇ କରୁଛନ୍ତି। ଧର୍ମକୁ ଆଦରି ଭଗବାନ ଭରସା ରେ ଗ୍ରାହକ ଓଜନ ରେ ଠକେଇ ହେଲେ ବି ମାଛ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ପଚାମାଛ ବରଫ ରେ ରଖି ମଧ୍ୟ ବିକ୍ରି ହେଉଛି।

ad-week
Leave A Reply

Your email address will not be published.