ବିଜେଡି ଦଳ ଛାଡ଼ିଲେ ହେଭୀ ୱେଟ ନେତା ଆଡମା ରାବା: ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳରେ ହେଲେ ସାମିଲ…

Independence

ମାଲକାନଗିରି, ୧୫/୦୮: ବିଜେଡି ରାଜନୀତିରେ ଏକ ନୂଆ ମୋଡ଼ ଦେଖାଦେଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦୁଇଦିନ ପରେ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ତଥା ଦୁଇଥର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭାପତି ଥିବା ଆଡମା ରାବା ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହ ଆଡମା ରାବା ଆଜି ବିଜେପିର ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚି ଦଳରେ ସାମିଲ ହୋଇଥିଲେ। ତାଙ୍କ ସହ ଅନେକ ବୁଦ୍ଧିଜୀବୀ ଓ ସମର୍ଥକ ମଧ୍ୟ ଦଳରେ ଯୋଗଦେଇଥିବା ଜଣାପଡ଼ିଛି।

ଏହି ମିଶ୍ରଣ ପର୍ବରେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ା,ବିଧାୟକ ନରସିଂହ ମାଡକାମୀଙ୍କ ସମେତ ଜିଲ୍ଲା ଟିମ୍‌ର ବହୁ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନୂତନ ଭାବେ ଦଳରେ ସାମିଲ ହୋଇଥିବା ଆଡମା ରାବା ଓ ତାଙ୍କ ସମର୍ଥକମାନଙ୍କୁ ଦଳୀୟ ନେତୃତ୍ୱ ପକ୍ଷରୁ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଆଡମା ରାବାଙ୍କ ରାଜନୈତିକ ଅଭିଜ୍ଞତା, ସାଙ୍ଗଠନିକ ପରିଚୟ ଏବଂ ସ୍ଥାନୀୟ ସ୍ତରରେ ତାଙ୍କ ସମର୍ଥକ ଗୋଷ୍ଠୀ ଆଗାମୀ ଦିନରେ ବିଜେପିର ସାଙ୍ଗଠନିକ ଶକ୍ତିକୁ କେତେଦୂର ପ୍ରଭାବିତ କରିବ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି।

ବିଶେଷକରି ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଣେ ପରିଚିତ ଆଞ୍ଚଳିକ ନେତାଙ୍କ ଦଳ ପରିବର୍ତ୍ତନକୁ ନେଇ ଜିଲ୍ଲାର ରାଜନୈତିକ ସମୀକରଣରେ ଏହାର ପ୍ରଭାବ ପଡ଼ିପାରେ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ ଆଡମା ରାବାଙ୍କ ଦଳୀୟ ଭୂମିକା, ତାଙ୍କ ସମର୍ଥକଙ୍କ ସାଙ୍ଗଠନିକ ଅବଦାନ ଏବଂ ପଞ୍ଚାୟତ ନିର୍ବାଚନରେ ଏହି ନୂତନ ରାଜନୈତିକ ସମୀକରଣର ପ୍ରଭାବ କେତେଦୂର ପଡ଼ିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଥିବା ବେଳେ ଆଡମା ରାବାଙ୍କ ସହ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକ ଭାଜପାରେ ସକ୍ରିୟ ସଦସ୍ୟ ଭାବେ ଯୋଗ ଦେଇଛନ୍ତି ।ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ଅଧିକାରୀ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ,ନବଘନ ଲୋକେଇ କୋଷାଧକ୍ଷ ସଞ୍ଜୟ ସରକାର ,ବିଧାୟକ ପ୍ରତିନିଧି ଭବାନୀ ମୁଖାର୍ଜୀ, ସଂପାଦକ ସବିତା ମିଶ୍ର ,ଇ ଭେଙ୍କଟ ରାଓ ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥଲେ ।

ad-week
Leave A Reply

Your email address will not be published.