ପୁଙ୍ଗୁଳା ଆସିକା ବଡ଼ ନଦୀ ବନ୍ଧ,ବନ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ…..!

kalipuja

ପ୍ରଳୟଙ୍କରୀ ବନ୍ୟା ହେବାର ୨୦ ଦିନ ବିତିଥିଲେ ବି ପ୍ରଶାସନ ର ନିଦ ଭାଙ୍ଗୁନି ନଦୀ ବନ୍ଦ ନିର୍ମାଣ ସକାଶେ……!
ବ୍ରହ୍ମପୁର: ଗତ ଅର୍ଣ୍ଣଭ ବାତ୍ୟା ପରେ ଆସିକା ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ହୋଇଥିଲା। ଆସିକା ବସଷ୍ଟାଣ୍ଡ ପଛ ଥିବା ବଡ଼ ନଦୀ ବନ୍ଧ ଦୁଇଟି ସ୍ଥାନରେ ପ୍ରାୟ ୫୦ ଫୁଟର ଧୋଇ ହୋଇଯାଇଛି। ବର୍ତ୍ତମାନ ଅକୱାନ ବାତ୍ୟା ସହ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ନିଙ୍ଗ ଦିଆଯାଇଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜଳ ଭଣ୍ଡାରରୁ ଅକୱାନ ବାତ୍ୟା ହେବାର ସମ୍ଭାବନା ଥିବା ଯୋଗୁଁ ବିଭିନ୍ନ ନଦୀକୁ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଯଦି ବଡ଼ ନଦୀରେ ଡହରୁ ଜଳ ନିଷ୍କାସନ ପାଇଁ ଘୋଷଣା କରାଯାଇଛି। ଡେମ ଜଳ ବଡ଼ ନଦୀରେ ଆସିଲେ ଭଗ୍ନ ଅବସ୍ଥାରେ ଥିବା ଉକ୍ତ ନଦୀ ବନ୍ଧ ଦେଇ ଆସିକା ସହରକୁ ସର୍ବ ପ୍ରଥମେ ଜଳ ପ୍ରବେଶ ହୋଇ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବନ୍ୟା ହେବାର ତିନି ସପ୍ତାହ ହୋଇଥିଲେ ବି ପ୍ରଶାସନ ପକ୍ଷରୁ ମୁଠାଏ ମାଟି ମଧ୍ୟ ପକାଯାଇନାହିଁ। ନଦୀରେ ବର୍ଷା ଜଳ ହେଉକି ଡେମ ଜଳ ଆସେ ତାହାହେଲେ ଆସିକା ସହର ପ୍ରଥମେ ଡୁବିଯିବ। ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ବନ୍ୟାରେ ବଡ଼ ନଦୀର ବନ୍ଧ ତୁରନ୍ତ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.