

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଅପମିଶ୍ରଣ ଦେଶୀ ମଦ ବହୁଳ ଭାବେ ପ୍ରସ୍ତୁତ ହୋଇ ଅନ୍ୟ ଜିଲ୍ଲାକୁ ଅବାଧ ରେ ଚାଲାଣ ହେଉଛି। ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଦେଶ ମଦ ପାଉଚ ଗତ ଡିସେମ୍ବର ଓ ଜୁଲାଇ ମାସରେ ଭୁବନେଶ୍ୱର ଠାରେ ଦୁଇ ଦୁଇ ଥର ଅବକାରୀ ବିଭାଗ ଆସିକା ଅଞ୍ଚଳ ରୁ ଦେଶୀ ମଦ ଚାଲାଣ ବେଳେ ଧରପଗଡ଼ କରି ଯୁବକ ମାନଙ୍କୁ ଗିରଫ କରିବା ସହ ବିପୁଳ ପରଣାର ମଦ ଜବତ କରିଥିଲେ। ନାମୀ ଦାମୀ କାରରେ ଅପମିଶ୍ରଣ ଦେଶୀ ମଦ ରୀତିମତ ଚାଲାଣ ହେଉଛି। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ପାଇଁ ପୋଚରେ ରାଜା ପିଢ଼ିଆ, ଗୁଡ଼ ସମେତ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶ୍ରଣ ହେଉଛି। ଗଞ୍ଜାମ ଜିଲ୍ଲାରୁ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳକୁ ନାମୀ ଦାମୀ ଗାଡ଼ିରେ ମଦ ଚାଲାଣ ହେଉଛି। ଏହି ଅପମିଶ୍ରଣ ଦେଶୀ ମଦ ଜବତ ପରେ କେବେବି ଲେବ୍ରାଟୋରି ଲ୍ୟାବ ରେ ଟେଷ୍ଟିଙ୍ଗ କରାଯାଉନାହିଁ। ଏଭଳି ଅପମିଶ୍ରଣ ଦେଶୀ ମଦ ଚାଲାଣ ଯୋଗୁଁ ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି।
