ସକ୍ଷମ ଅନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ…

Independence

ସୁନ୍ଦରଗଡ, ୧୫.୦୮.୨୦୨୬: ଆଜି ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟାଳୟ ପ୍ରାଙ୍ଗଣରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ବାଉଁଶ କଳାକୃତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ହସ୍ତଶିଳ୍ପର ମୁଖ୍ୟ ଶିକ୍ଷକ ପ୍ରତାପ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସିଆଁବାହାଲ ଗ୍ରାମର ଚାରିଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନଙ୍କ ସମେତ ଓରାମ ସାଂସ୍କୃତିକ ସମାଜ, ସୁନ୍ଦରଗଡର ବହୁ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନରେ ଅଂଶଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଓରାମ ସାଂସ୍କୃତିକ ସମାଜର ସଭାପତି ବାଲକୁ ବାର୍ଲା ଓ ସମ୍ପାଦକ ସୁଜିତ ଗୋସାଇଁ ମିଞ୍ଜ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ନାୟକ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କ ସ୍ମୃତିଚାରଣ କରିବା ସହିତ ସକ୍ଷମ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସାମାଜିକ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ଭୂୟସୀ ପ୍ରଶଂସା କରିଥିଲେ। ସେ ଭବିଷ୍ୟତରେ ସିଆଁବାହାଲ ଗ୍ରାମର ଅଧିକ ସଂଖ୍ୟକ ଗ୍ରାମବାସୀ ସକ୍ଷମ ସହିତ ଯୋଡ଼ିହୋଇ ସମାଜସେବା କାର୍ଯ୍ୟରେ ସହଯୋଗ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ସକ୍ଷମ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ଉମେଶ ବାବୁ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଓରାମ ସାଂସ୍କୃତିକ ସମାଜର ସଦସ୍ୟମାନେ ଭବିଷ୍ୟତରେ ସକ୍ଷମ ସହ ମିଳିତ ଭାବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରିଥିଲେ। ଶେଷରେ ସକ୍ଷମର ସାଧାରଣ ସମ୍ପାଦକ କଳାକୃଷ୍ଣ ଓରାମ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସକ୍ଷମର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା।

ad-week
Leave A Reply

Your email address will not be published.