
ସାଂସଦ ଗୋଷ୍ଠି ବିଧାୟକ ଗୋଷ୍ଠି ଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିଛି…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସନ୍ତା କାଲି ଅର୍ଥାତ ୫ ତାରିଖ ଦିନ ଖଣ୍ଡ ଦେଉଳି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଆସିକା ସାଂସଦଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗ ଦେବେ ବୋଲି ପ୍ରସ୍ତୁତି ଜୋର ସୋର ରେ ଚାଲିଛି।ସାଧାରଣ ନିର୍ବାଚନ ପରେ ପରେ ଆସିକା ସାଂସଦ ଓ ବିଧାୟକଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆସିକା ସାଂସଦଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲୀ ଓ ମନ୍ତ୍ରୀ ବିଭୁତି ଜେନା ବହୁ ସମୟରେ ଯୋଗ ଦେବାର ନଜିର ରହିଛି। ଆସିକା ସାଂସଦ ଓ ବିଧାୟକ ଗୋଟେ ମଞ୍ଚରେ ଦୀର୍ଘ ଦିନ ହେଲା ଦେଖିବାକୁ ମିଳିନି। ବର୍ତ୍ତମାନ ନିଜ ନିଜର ସ୍ଥିତି ଜାହିର କରିବା ପାଇଁ ସାଂସଦ ଓ ବିଧାୟକ ମିଶ୍ରଣ ପର୍ବ ଆୟୋଜନ କରୁଛନ୍ତି। ଆସନ୍ତା କାଲି ହେବାକୁ ଥିବା ସାଂସଦଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବରେ ଅପରାଧ ତତ୍ତ୍ୱ ମାନେ ବିଜେପି ରେ ସାମିଲ ହେବେ ବୋଲି ବିଧାୟକଙ୍କ ଜ୍ୟେଷ୍ଟ ପୁତ୍ର ସୋସିଆଲ ମିଡ଼ିଆ ରେ ଦାବୀ କରୁଥିବା ଭିଜୁଆଲ ଭାଇରଲ ହେଉଛି। ଉକ୍ତ ଭିଜୁଆଲ ରେ ବିଧାୟକଙ୍କ ପୁତ୍ର ଆସନ୍ତା କାଲି ମିଶ୍ରଣ ପର୍ବକୁ ବିରୋଧ କରାଯିବ ବୋଲି ଦାବୀ କରିଛନ୍ତି। କର୍ଣ୍ଣଳି ନିକଟରେ ଥିବା ପଣ୍ୟାଗାର ନିକଟରେ ମଞ୍ଚ ଓ ଟେଣ୍ଟ ହାଉସ ନିର୍ମାଣ ଚାଲିଛି। କୁଆଡ଼େ ଉକ୍ତ ଟେଣ୍ଟ ହାଉସର ମାଲିକଙ୍କୁ ମଞ୍ଚ ଓ ଟେଣ୍ଟ ହାଉସ ନିର୍ମାଣ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିବା ଆଲୋଚନା ହେଉଛି। ପ୍ରକାଶ ଥାଉକି ଆସିକା ସାଂସଦ ଓ ବିଧାୟକ ଗୋଷ୍ଠି ମଧ୍ୟରେ ଶିଆଳିଆ ଠାରେ ମୁହାଁ ମୁହିଁ ପରିସ୍ଥିତି ପୂର୍ବରୁ ହୋଇଥିବାର ନଜିର ରହିଛି।ଆସିକା ସାଂସଦଙ୍କ ଦବଦବା ଦିନକୁ ଦିନ ବଢିବାରେ ଲାଗିଥିବା ଯୋଗୁଁ ବିଧାୟକ ଗୋଷ୍ଠି ଇର୍ଷା ପରାୟଣ ହୋଇ ଏଭଳି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି। ଆଗାମୀ ପଞ୍ଚାୟତ ନିର୍ବାଚନ ରେ କିଏ କେତେ ପାଣିରେ ଅଛନ୍ତି ତାହା ଜଣାପଡିବ। ବର୍ତ୍ତମାନ ପରିସ୍ଥିତି ରେ ସାଂସଦଙ୍କ ଲୋକ ପ୍ରିୟତା ଓ ଦବଦବା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।
