
ନୟାଗଡ଼:ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଚିଠି ରହସ୍ୟକୁ ନେଇ ଟାଉନଥାନା ପୋଲିସ ଜୋରଦାର ଖୋଳତାଡ଼ କରୁଛି ।ଏହି ବିବାଦୀୟ ଚିଠି ପୁଲିସକୁ ବଦନାମ କରିଥିବା ବେଳେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରତ୍ୟୁଷାଙ୍କୁ ମଧ୍ୟ ବଦନାମ କରିଛି । ପ୍ରତ୍ୟୁଷାଙ୍କ ଲେଟର ପ୍ୟାଡ, ଦସ୍ତଖତ ଓ ଷ୍ଟାମ୍ପ କୁ ନକଲ କରି ଏହି ଚିଠି କିଏ ଲେଖିଲା ଏବଂ ସୋସିଆଲ ମିଡିଆରେ କିଏ ଛାଡ଼ିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଘର ଢ଼ିଙ୍କି କୁମ୍ଭୀର ସାଜିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।ପୋଲିସ ସଂଖ୍ୟାଧିକ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବା ସହିତ ଟାଉନ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଚିଠି ପ୍ରଥମେ କେଉଁ ନମ୍ବରରୁ ଭାଇରାଲ୍ ହେଲା, ପୋଲିସ ଏହାର ଖୋଳତାଡ଼ କରିଛି । ପ୍ରତ୍ୟୁଷାଙ୍କ ନିକଟତମ ଦୁଇଜଣ ବ୍ୟକ୍ତି ଏହା କରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।
ବିଜେପି ନେତ୍ରୀ ଙ୍କ କିଛି କର୍ମୀ ନୟାଗଡ଼ ପୋଲିସ ବିଭାଗକୁ ନିଜ ଇଚ୍ଛାରେ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି ।ମାତ୍ର ପୋଲିସ ତାଙ୍କର କଥା ନ ଶୁଣିବାରୁ ପୋଲିସକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଇଛି।ତେଣୁ ପ୍ରତ୍ୟୁଷାଙ୍କ ଲେଟର ପ୍ୟାଡ଼ କୁ ବ୍ୟବହାର କରାଯାଇଛି ।ଏହି ଘଟଣାରୁ ପୋଲିସ କେବେ ପରଦା ଉଠାଇବ ତାକୁ ନେଇ ଜନସାଧାରଣ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ।
