
ପାସପୋର୍ଟ-ରେଲୱେ ଟିକେଟ- ଆଧାର କାର୍ଡ ସେବା ପାଇବା ରୁ ଗ୍ରାହକ ବଞ୍ଚିତ …..!
ତାଲୁକା ଠାରେ ମୁଖ୍ୟ ଡାକ ଘର ର ଅସ୍ଥାୟୀ କାର୍ଯ୍ୟାଳୟ ସଂଯୋଗ ସାଧାରଣ ଗ୍ରାହକ ହନ୍ତସନ୍ତ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଡାକ ବିଭାଗ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଗତ ଜୁନ ୭ ତାରିଖ ଦିନ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ତଳ ମହଲାରେ ମୁଖ୍ୟ ଡାକ ଘରର ସମସ୍ତ କାର୍ଯ୍ୟ ହୋଇ ଆସୁଥିଲା। ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ପରେ ମୁଖ୍ୟ ଡାକଘର କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ତାଲୁକା ଠାରେ ଥିବା ଡାକ ଘରେ ମୁଖ୍ୟ ଡାକ ଘରର ସ୍ୱଳ୍ପ ଟଙ୍କା ଉଠାଣ ଡିପୋଜିଟ କାର୍ଯ୍ୟ ସୀମିତ କର୍ମଚାରୀ ମାନଙ୍କୁ ନେଇ ହୋଇ ଆସୁଛି। ମୁଖ୍ୟ ଡାକଘର କାର୍ଯ୍ୟ ଏଠାରେ ହେଉଥିବା ଯୋଗୁଁ ଗ୍ରାହକ ମାନଙ୍କ ଗହଳି ଯୋଗୁଁ ଗ୍ରାହକ ଦୀର୍ଘ ଘଣ୍ଟା ଅପେକ୍ଷା କରି ହନ୍ତସନ୍ତ ହେଉଥିବା ଲକ୍ଷ କରାଯାଇଛି। ମୁଖ୍ୟ ଡାକଘର ବନ୍ଦ ହେବା ଫଳରେ ପାସପୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହେବା ଫଳରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକର ପାସପୋର୍ଟ ଆବେଦନ କାରୀ ହଟହଟା ହେଉଛନ୍ତି।ଏହା ସାଙ୍ଗକୁ ଅଗ୍ରିମ ରେଲେ୍ୱେ ଟିକେଟ କରିବାରୁ ଲୋକେ ବଞ୍ଚିତ ହୋଇଛନ୍ତି। ଆଧାର କାର୍ଡ ପାଇଁ ଲୋକେ ଏହି କାର୍ଯ୍ୟାଳୟ ରୁ ଅନ୍ୟ କାର୍ଯ୍ୟାଳୟ କୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ଆସିକା ମୁଖ୍ୟ ଡାକଘର କୁ ମରାମତି କରି ଲୋକଙ୍କ କାର୍ଯ୍ୟରେ ଲଗାଇବାକୁ ସାଧରଣ ରେ ଦାବୀ ହେଉଛି।
