ଆସିକା ରେ ମାତିଛନ୍ତି ମାଟି ମାଫିଆ ରାତ୍ର ସମୟରେ କରୁଛନ୍ତି ମୋରମ ଲୁଟ ….!

add-all


ରାଜନେତାଙ୍କ ଛତ୍ର ଛାୟା ତଳେ ବିଲଡର……!
କୋମାରେ ରାଜସ୍ୱ ବିଭାଗ ଏବଂ ଖଣି ବିଭାଗ …..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋରମ ମାଫିଆ ମାନଙ୍କ ଆତଙ୍କ ରାଜ ବଢ଼ିବାରେ ଲାଗିଛି। ଆସିକା ରେ ବର୍ତ୍ତମାନ ମାତିଛନ୍ତି ମାଟି ମାଫିଆ ମାନେ ସଞ୍ଜ ନଇଁଲେ ହାଇୱା ଓ ଟିପର ରେ ମୋରମ ଓ ମାଟି ଲୁଟ କରି ପ୍ଲଟିଙ୍ଗ ହେଉଥିବା ଜମିରେ ଢ଼ାଳୁଛନ୍ତି। ଅଧିକାଂଶ କରି କୋଟିନଡ଼ା, ଭେଟନଇ, ଗୁଣ୍ଠ ପଡା, କାଳଷଣ୍ଢପୁର, ବରଗାଁ ଆଦି ଅଞ୍ଚଳରୁ ରାତି ତମାମ ମୋରମ ଲୁଟ ହେଉଛି। ଜମି ମାଫିଆ ମାନେ ଶାଗମାଛ ଦରରେ ଜମି କ୍ରୟ କରିବା ପରେ ଘରବାରୀ ପଟ୍ଟା କରି ସେହି ଖାଲୁଆ ଜମିକୁ ପୋତିବା ପାଇଁ ମୋରମ ମାଫିଆ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇ ପ୍ରଶାସନ ଓ ସ୍ଥାନୀୟ ନେତାଙ୍କ ମୁହଁ ବନ୍ଦ କରି ନିଜ ଜମିରେ ମୋରମ ପକାଇ ଭର୍ତ୍ତି କରୁଥିବା ଅଭିଯୋଗ ହୋଇ ଆସୁଛି। ପ୍ରଶାସନ ର ମୁହଁ ବନ୍ଦ କରି ମୋରମ ମାଫିଆ ମାନେ ଖଣିଜ ଦ୍ରବ୍ୟ ଲୁଟ କରୁଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଆସିକା ଅଞ୍ଚଳର ଜଣେ ବିଲଡର ବା ଜମି ମାଫିଆ ଶାଗମାଛ ଦରରେ ଚାଷ ଜମି କ୍ରୟ କରି ପ୍ଳଟିଙ୍ଗ ପାଇଁ ମୋରମ ମାଫିଆକୁ ମୋଟା ଅଙ୍କ ଦେଇ ଖାଲ ଥିବା ଜମିରେ ମୋରମ ପକାଉଛନ୍ତି। ବିଲଡର ମାଫିଆ ଜଣକ ରାଜସ୍ବ ବିଭାଗ ର ଗେଲ୍ହା ପୁଅ ସାଜି ପଟ୍ଟା କରେଇ ଦେବା ବାହାନା ରେ ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ମୋରମ ମାଫିଆ ଙ୍କୁ ମୁଠା ମୁଠା ଟଙ୍କା ଦେଇ ବିଲଡର ନିଜ ପ୍ଲଟ ରେ ମୋରମ ଓ ମାଟି ପକାଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଓ ଏସପି ସାହେବ ଅଚାନକ ଗସ୍ତ କଲେ ମୋରମ ମାଫିଆ ଓ ବିଲଡର ର ମୁଖା ଖୋଲିବ ବୋଲି ସାଧାରଣ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.