ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର କର୍ମଚାରୀ ଅଭାବ ଯୋଗୁଁ ଚୋରା ମଦ କାରବାର ବୃଦ୍ଧି …..?

ଏଥିପାଇଁ ଦାୟୀ କିଏ…..??

Independence

ଆଦାୟ ପ୍ରବଳ କାମ ଦୁର୍ବଳ…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳ କୁ ରୀତିମତ ଅପମିଶ୍ରଣ ଦେଶୀ ମଦ ଚାଲାଣ ହେଉଛି।ଗତ ରବିବାର ଦିନ ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆସିକା ଅଞ୍ଚଳ ରୁ ଦାମୀ ଗାଡ଼ିରେ ୪ ଜଣ ଯୁବକ ଦେଶୀ ମଦ ପାଉଚ ଧରି ଯାଉଥିବା ବେଳେ ଗିରଫ ହୋଇଥିଲେ। ଗଞ୍ଜାମ ଜିଲ୍ଲା ରୁ ରୀତିମତ ଚୋରା ମଦ ଚାଲାଣ ହେଉଥିବା ଖବର ନିସର୍ତ୍ତ ରେ ପ୍ରକାଶ ପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁଆଡ଼େ ସଫେଇ ଦିଆଯାଉଛି। କର୍ମଚାରୀ ଅଭାବ ବୋଲି କର୍ମଚାରୀ ଅଭାବର ଆଳ ଦେଖାଇ ଚୋରା ମଦ ମାଫିଆ ମାନଙ୍କୁ ଅବକାରୀ ବିଭାଗ ର କିଛି କର୍ମଚାରୀ ସମ୍ପୂର୍ଣ୍ଣ ସାହାଯ୍ୟ କରୁଥିବା ଯୋଗୁଁ ଆସିକା ଅଞ୍ଚଳରୁ ପ୍ରତିଦିନ ଚୋରାରେ ଦେଶୀ ମଦ ପାଉଚ ଚାଲାଣ ହେଉଛି। ଅବକାରୀ ବିଭାଗର କର୍ମଚାରୀ ଅଭାବ ର ଆଳ ଆଗରେ ମଦ ମୃତ୍ୟୁ ହେବାର ସମ୍ଭାବନା କୁ ଏଡେଇ ହେବନାହିଁ। ଅନ୍ୟ ଦିଗକୁ ଦେଖିଲେ ଶୁଣିବାକୁ ମିଳୁଛି ବାବୁ ମାନଙ୍କ ଆଦାୟ ପ୍ରବଳ କିନ୍ତୁ କାମରେ ଦୁର୍ବଳ ବୋଲି ଖଟିରେ ଚର୍ଚ୍ଚା l ଗଞ୍ଜାମ ଜିଲ୍ଲାରେ ପୋଲିସ କରୁଛି ଅବକାରୀ ବିଭାଗର କାମ l ବାବୁ ମାନେ ଚୋରା ବେପାରୀ ଏବଂ ମଦ ମାଫିଆ ମାନଙ୍କୁ ସାହାଯ୍ୟ କରି କୁବେର ପାଲୋଟି ଗଲେଣି l ରୀତିମତ ଆସିକା ଖଲ୍ଲିକୋଟ, କୋଦଳା, ବୁଗୁଡ଼ା ଅଞ୍ଚଳ ରୁ ମାଫିଆ ମାନେ ନୟାଗଡ଼ ଏବଂ ଭୁବନେଶ୍ୱର କୁ ଚୋରା ଚାଲାଣ କରୁଛନ୍ତି ଏହି ବାବୁ ମାନଙ୍କୁ ହାତ ବାରିସୀ କରି କିନ୍ତୁ ବାହାର ଜିଲ୍ଲାର ପୋଲିସ ଏବଂ ଅବାକରୀ ବିଭାଗ ଏହି ଚୋରା ଚାଲାଣ ଖବର ପାଇଁ ମାଡି ବସୁଛି ଏହାଠାରୁ ବିଡମ୍ବନା କଣ ହୋଇ ପାରେ ଯାହା ରାଜ୍ୟ ସରକାର ବିଚାର କରନ୍ତୁ ବୋଲି ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.