
ବ୍ରହ୍ମପୁର: ଆସିକା ମହାତ୍ମା ଗାନ୍ଧୀ ରୋଡ଼ ତଥା ବଜାର ସାହିରେ ଚୋର ସୁନା କ୍ରୟ କରି ସମ୍ରାଟ ପାଲଟିଥିବା ମନ୍ତ୍ରୀଙ୍କ ଦୋକାନ ରହିଛି। ବେକାରୀ ଯୁବକ ମାନଙ୍କୁ ଚୋରା ସୁନା କ୍ରୟ ପାଇଁ ତାଲିମ ଦେଇ ମନ୍ତ୍ରୀ କୁଆଡେ ଛୋଟ ଛୋଟ ସ୍ବର୍ଣ୍ଣ କାରିଗର ଦୋକାନ କରେଇ ବସେଇଛନ୍ତି। ସେମାନେ ଆସିକା ଅଞ୍ଚଳ କୁ ଆସୁଥିବା ଚୋରା ସୁନା ଶାଗ ମାଛ ଦରରେ କ୍ରୟ କରି ମନ୍ତ୍ରୀଙ୍କ ଇସାରାରେ ଚଢ଼ା ଦରରେ ବିକ୍ରି କରନ୍ତି। ସେହି କଳା ଟଙ୍କାର ସମ୍ରାଟ ଏବେ ମନ୍ତ୍ରୀଙ୍କ ଭଳି ଜୀବନ ଯାପନ କରୁଛନ୍ତି। ମନ୍ତ୍ରୀ ସବୁ ଓଁ ସ୍ୱାହା ଭଳି ସମ୍ପତ୍ତି କରି ମୁଠା ମୁଠା ଟଙ୍କାର ବଳରେ ପ୍ରଶାସନ କୁ ଧରାଶାୟୀ କରିଥିବାର ନଜିର ରହିଛି। ଚୋରା ସୁନାର ହୋବ୍ ପାଲଟିଥିବା ବଜାର ସାହି ଉପରେ ଇଡ଼ି ଓ ଆଇଟି ବିଭାଗର ଆଖି କେବେ ପଡ଼ିବ….? ଚୋରା ସୁନା କ୍ରୟ କରି ସମ୍ରାଟ ହେବା ପରେ ମନ୍ତ୍ରୀ ନାଆ ରେ ପରିଚିତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ଦେଖିବାକୁ ବାକି ରହିଲା।
