ଶଙ୍ଖ ଭବନରେ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଲେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ

add-all

କଟକ: ଶଙ୍ଖ ଭବନରେ ଦୁଇ ମହିଳା କର୍ମକର୍ତ୍ତାଙ୍କ ହାତାହାତି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେହି କାହାକୁ ମାଡ଼ ମାରି ନାହାନ୍ତି। ସେ କହିଛନ୍ତି, ଏହା ଏକ ଛୋଟ ଘଟଣା, ଚେୟାର ଖଣ୍ଡେ ନ ମିଳିବାରୁ କହୁଣୀ କରି ଦେଲେ। ଉଭୟ ଦୁଇ ଭଉଣୀ ଭଳି, ଦୁଇ ଭଉଣୀଙ୍କ ଭିତରେ ବାଦ ବିବାଦ ହେଲା। ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇ ସାରିଛି। କମିଟି ସଭାପତି ଦେବୀ ପ୍ରସାଦ ମିଶ୍ର ଏହି ବିବାଦକୁ ସମାଧାନ କରି ସାରିଛନ୍ତି। ଏଭଳି ମଧ୍ୟ ଦଳର ସଭାପତିଙ୍କ ନେତୃତ୍ୱରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ସରିଛି । ଅନୁଶାସନ ଦିଗରେ ବିଜେଡି ଭାରତ ବର୍ଷରେ ଶୀର୍ଷକରେ ରହିଛି। ତେଣୁ ଏହି ବିବାଦରେ କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ କହିଛନ୍ତି। ଗତକାଲି ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଯୁବନେତ୍ରୀ ଇପ୍‌ସିତା ସାହୁଙ୍କ ଓ ନେତ୍ରୀ ପୁଷ୍ପାଞ୍ଜଳି ରଣାଙ୍କ ମଧ୍ୟରେ ସର୍ବ ସମ୍ମୁଖରେ ଏକ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏହି ପ୍ରସଙ୍ଗ ହଟଚମଟ ସୃଷ୍ଟି କରିଥିଲା।

ad-week
Leave A Reply

Your email address will not be published.