୨୦୨୩-୨୪ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ

add-all

ନୂଆଦିଲ୍ଲୀ : ୨୦୨୩-୨୪ ବର୍ଷରେ ଭାରତରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ୨୦୨୩-୨୪ ବର୍ଷରେ ସର୍ବଭାରତୀୟ କୋଇଲା ଉତ୍ପାଦନ ୯୯୭.୮୨୬ ନିୟୁତ ଟନ୍ ହୋଇଥିବା ବେଳେ ୨୦୨୨-୨୩ରେ ଏହା ୮୯୩.୧୯୧ ନିୟୁତ ଟନ୍ ଥିଲା ଏବଂ ଏଥିରେ ପ୍ରାୟ ୧୧.୭୧ ପ୍ରତିଶତ ବୃଦ୍ଧି ପାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଦେଶ ପ୍ରାୟ ୯୬୩.୧୧ ମେଟ୍ରିକ୍ ଟନ୍ କୋଇଲା ଯୋଗାଣ କରିଛି।
‘ଆତ୍ମନିର୍ଭର ଭାରତ’ ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଘରୋଇ କଞ୍ଚା କୋକିଂ କୋଇଲା ଉତ୍ପାଦନ ୧୪୦ ମେଟ୍ରିକ୍ ଟନରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଘରୋଇ କଞ୍ଚା କୋକିଂ କୋଇଲା ଉତ୍ପାଦନ ୬୬.୮୨୧ ନିୟୁତ ଟନ୍ ଥିଲା।

ad-week
Leave A Reply

Your email address will not be published.