ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର

add-all

ମୁମ୍ବାଇ : ଅଭିନେତ୍ରୀଙ୍କ କାର ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୁମ୍ବାଇର କାଣ୍ଡିଭଲିରେ। ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। କାର ଧକ୍କାରେ ଅନ୍ୟଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅଭିନେତ୍ରୀ ଓ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।
ପୁଲିସ ଦେଇଥିବା ସୂଚନା ଅନୁସାରେ ଅଭିନେତ୍ରୀ ଉର୍ମିଳା ଏକ ଶୁଟିଂ ସାରି ଶୁକ୍ରବାର ରାତିରେ ଫେରୁଥିଲେ। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ତାଙ୍କ କାର ଡ୍ରାଇଭର ହଠାତ ନିୟନ୍ତ୍ରଣ ହରାଇ ପୋଇଜର ମେଟ୍ରୋ ଷ୍ଟେସନ ନିକଟରେ କାର୍ଯ୍ୟରତ ଦୁଇ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଦୁଇ ଶ୍ରମିକଙ୍କ ଉପରେ ଗାଡ଼ ଚଢ଼ି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଭିନେତ୍ରୀ ଜଣକ ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କ ଡ୍ରାଇଭର କିନ୍ତୁ ଗୁରୁତର ଭାବେ ଆହତ ହୋଇଛନ୍ତି। କାରରେ ଥିବା ଏୟାର ବ୍ୟାଗ୍ ସଠିକ ସମୟରେ ଖୋଲିଯିବାରୁ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି। ଏହି ଘଟଣାରେ ଦାୟିତ୍ୱହୀନ ଗାଡି ଚାଳନା ଓ ଅବହେଳା ପାଇଁ ଅନ୍ୟମାନଙ୍କର ଜୀବନ ହାନି ଘଟିଥିବାରୁ ଅଭିନେତ୍ରୀଙ୍କ ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.