ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନ ଆରମ୍ଭ କରିବ ଇସ୍ରୋ

add-all

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଡିସେମ୍ବର ୩୦ ତାରିଖ ସୋମବାର ନିଜର ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ ସ୍ପେଡେକ୍ସ ଉତକ୍ଷେପଣ କରିବ। ଏକ ସାକ୍ଷାତକାରରେ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଇସ୍ରୋର ବର୍ଷ ଶେଷ ଅଭିଯାନ ଏକ ଐତିହାସିକ ଅଭିଯାନ ହେବ କାରଣ ଏହା ମହାକାଶରେ ଦୁଇଟି ଉପଗ୍ରହକୁ ଡକିଂ କିମ୍ବା ମିଶ୍ରଣ କରିବାର ବିରଳ ସଫଳତା ହାସଲ କରିବ।
ମହାକାଶ ଡକିଂରେ ପାରଦର୍ଶିତା ହାସଲ କରିବାରେ ସକ୍ଷମ ରାଷ୍ଟ୍ରମାନଙ୍କ ତାଲିକାରେ ଭାରତ ସାମିଲ ହେବ ବୋଲି ଡ. ସିଂହ କହିଛନ୍ତି। ଏହି ଜଟିଳ ସଫଳତାକୁ ପ୍ରଦର୍ଶିତ କରିବା ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ସଜ୍ଜିତ ଦୁଇଟି ଉପଗ୍ରହ ‘ଭାରତୀୟ ଡକିଂ ସିଷ୍ଟମ୍’ ପିଏସ୍ଏଲ୍ଭି ରକେଟ୍ ଉତକ୍ଷେପଣ କରିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.