ଯାତାୟାତ ପାଇଁ ପୁଣି ଖୋଲିଲା ୨୭୦ କି.ମି. ଦୀର୍ଘ ଜମ୍ମୁ-ଶ୍ରୀନଗର ରାଜମାର୍ଗ, ଭୀଷଣ ହୀମପାତ ଯୋଗୁ ହୋଇଥିଲା ବନ୍ଦ

add-all

ଶ୍ରୀନଗର ୨୯।୧୨: ଜମ୍ମୁ-କାଶ୍ମୀରରେ ଭୀଷଣ ହୀମପାତ ଯୋଗୁ ଦିନକ ପାଇଁ ବନ୍ଦ ରହିବା ପରେ ୨୭୦ କିଲୋମିଟର ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗକୁ ରବିବାର ପୁଣି ଖୋଲାଯାଇଛି। ଫଳରେ ଜାମରେ ଫଶି ରହିଥିବା ଶହଶହ ବାହନ ନିଜନିଜ ଗନ୍ତବ୍ୟରେ ବାହାରିଛନ୍ତି। ତେବେ ମୋଗଲ ରୋଡ, ସିନ୍ଥନ ପାସ୍, ସୋନମର୍ଗ-କାର୍ଗିଲ, ଭଦ୍ରବାହ-ଚମ୍ବା ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ଇଣ୍ଟର ଡିଷ୍ଟ୍ରିକ୍ଟ ସଡ଼କ ଯାନବାହନ ଯାତାୟାତ ନିମନ୍ତେ ବନ୍ଦ ରହିଛି। 

ଜନୈକ ଯାତାୟାତ ଅଧିକାରୀ କହିଛନ୍ତି ଯେ ସଡ଼କର ବିଭିନ୍ନ ଭାଗରେ ଜମିଥିବା ବରଫ ହଟାଇବା ପରେ ରାଜମାର୍ଗକୁ ପୁଣି ସ୍ୱଭାବିକ ଯାତାୟାତ ନିମନ୍ତେ ଖୋଲା ଯାଇଛି। ସେ କହିଛନ୍ତି ଯେ ରାଜମାର୍ଗରେ ଫଶି ରହିଥିବା ଯାତ୍ରୀବାହନମାନଙ୍କୁ ଏବେ ବାହାର କରାଯାଉଛି। ରାସ୍ତା ଖୋଲିବା ପରେ ଯାନବାହନ ସ୍ୱଭାବିକ ଚଳାଚଳ ଆରମ୍ଭ କରିଛି। ତେବେ ଚାଳକମାନଙ୍କୁ ସତର୍କତାର ସହ ବାହନ ଚଳାଇବାକୁ ପରାମର୍ଶ ଦିଆଯାଇଛି। କାରଣ କାଜିଗୁଣ୍ଡ ଓ ବନିହାଲ ମଧ୍ୟରେ ରାସ୍ତା ପିଛିଳ ଅଛି, ଗାଡ଼ି ଚକ୍ ସ୍ଲିପ୍ କରିବାର ସମ୍ଭାବନା ରହିଛି। 

ଅଧିକାରୀଙ୍କ ସୂଚନା ଅନୁସାରେ ଜମ୍ମୁ କ୍ଷେତ୍ରର ପୁଞ୍ଛ ଜିଲ୍ଲାରୁ କାଶ୍ମୀର ଉପତ୍ୟାକାକୁ ସଂଯୁକ୍ତ କରୁଥିବା ବିକଳ୍ପ ରାସ୍ତା ମୋଗଲ ରୋଡ ବରଫ ଜମା ହୋଇଥିବାରୁ ଯାନବାହନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଛି। ସେହିପରି ଭୀଷଣ ହୀମପାତ ଯୋଗୁ କିସ୍ତବାଡରେ ସିନ୍ଥନ ପାସକୁ ବାହାନ ଚଳାଚଳ ନିମନ୍ତେ ବନ୍ଦ କରାଯାଇଛି। ସୋନମର୍ଗ-କାର୍ଗିଲ  ଓ ଭଦ୍ରବାହ-ଚାମ୍ବା ସଡ଼କକୁ ମଧ୍ୟ ବରଫ ଜମିଥିବାରୁ ବନ୍ଦ ରହିଛି। ତେବେ ଏହି ସବୁ ସଡକରୁ ବରଫ ହଟାଇବାକୁ  ଓ ଯାନବାହନ ଚଳାଚଳ ସ୍ୱଭାବିକ କରିବାକୁ ପ୍ରୟାସ ଜାରି ଥିବା ଅଧିକାରୀ କହିଛନ୍ତି।  

ad-week
Leave A Reply

Your email address will not be published.