ସୁସ୍ଥ ହୋଇ ଓଡ଼ିଶା ଫେରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

add-all

ଭୁବନେଶ୍ବର : ସୁସ୍ଥ ହୋଇ ଓଡ଼ିଶା ଫେରିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଘଟଣାକୁ ଅତ୍ୟନ୍ତ ଜଘନ୍ୟ ଓ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ। ସେ ସାମ୍ୱାଦିକଙ୍କୁ ପ୍ରଶ୍ନ କରିଛନ୍ତି, କୌଣସି ସାଂସଦ ଏଭଳି ଅଶୋଭନୀୟ ଆଚରଣ କରନ୍ତି କି?
ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ଏଭଳି କରୁଛନ୍ତି, ସେମାନଙ୍କୁ ନିର୍ବାଚନୀ ରାଜନୀତିରେ ସଠିକ୍‌ ଜବାବ ଦିଆଯାଉ। ବିରୋଧୀ ଦଳ ନେତାଙ୍କର ଗରିମାମୟ ପଦରେ ରାହୁଲ ଗାନ୍ଧୀଙ୍କ ଭଳି ନେତା ବସିବା ଦେଶର ଦୁର୍ଭାଗ୍ୟ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। କିଏ ମିଛ କହିଛି, କିଏ ସତ କହୁଛି, ସିସି ଟିଭି କହିବ।
ଗତ ୧୯ରେ ସଂସଦ ଏଣ୍ଟ୍ରି ଗେଟରେ ‘ଆମ୍ବେଦକର’ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏତିକି ବେଳେ ଠେଲା ପେଲା ହୋଇଥିଲା। ରାହୁଲ ଗାନ୍ଧୀ ଠେଲି ଦେବାରୁ ସଂସଦର ମକର ଦ୍ୱାରର ଶିଢ଼ି ଉପରରୁ ତଳକୁ ପଡ଼ି ଯାଇଥିଲେ ପ୍ରତାପ ଷଡଙ୍ଗୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ନୋଏଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

ad-week
Leave A Reply

Your email address will not be published.