ଜାନୁଆରୀ ୭ରୁ ଆରମ୍ଭ ହେବ ଶୁଲିଆ ଯାତ୍ରା, ବଳି ରୋକିବାକୁ ସଚେତନ କରିବ ପ୍ରଶାସନ

add-all

ବଲାଙ୍ଗୀର: ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ସରିଛି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବାକୁ ଯାଉଥିବା ଯାତ୍ରା କିପରି ସୁରୁଖୁରୁରେ ସରିବ ସେନେଇ ଆଲୋଚନା ହୋଇଛି। ସେହିଭଳି ଯାତ୍ରାରେ ଯେପରି ପଶୁବଳି ରୋକାଯାଇପାରିବ ସେନେଇ ମଧ୍ୟ ପ୍ରଶାସନ ଓ ପୋଲିସ ସଚେତନ କରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଆଦିବାସୀ ସମାଜର ପରମ୍ପରା ଅନୁଯାୟୀ, ପୂରାତନ କାଳରୁ ପାଳିତ ହୋଇଆସୁଛି ଶୁଲିଆ ଯାତ୍ରା। ଯାତ୍ରାରେ ମାନସିକଧାରୀ ବିଭିନ୍ନ ପଶୁ ବଳିଦେଇଥାନ୍ତି। କିଏ କୁକୁଡ଼ା ତ’ ଆଉ କିଏ ଛେଳି ବଳି ଦେଇଥାନ୍ତି। ହଜାର ହଜାର ଭକ୍ତଙ୍କ ମଧ୍ୟରେ ବଳି ପଡ଼ି ରକ୍ତ ରଞ୍ଜିତ ହୋଇଥାଏ ପୀଠ । ଯାତ୍ରାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି ।

ad-week
Leave A Reply

Your email address will not be published.