ନନ୍ଦନକାନନରେ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ, ୧୯୯୪ରେ ସିଙ୍ଗାପୁରରୁ ଅଣାଯାଇଥିଲା

add-all

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫ ବର୍ଷୀୟ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ। ସୋମବାର ସକାଳେ ଜୁଲୁରୁ ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ସିମ୍ପାଞ୍ଜିକୁ ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡିଆଖାନାରୁ ଅଣାଯାଇଥିଲା। ସେତେବେଳେ ସେ ମାତ୍ର ତିନି ବର୍ଷର ହୋଇଥିଲା। ତେବେ ଜୁଲୁରୁ ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୭କୁ ଖସି ଆସିଛି। 

ଏହା ପୂର୍ବରୁ ଗତକାଲି ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ରାକ୍ଷୀ ଏକ ଶାବକକୁ ଜନ୍ମ ଦେଇଥିଲା। ଯାହା ପରେ ନନ୍ଦନକାନନରେ ସମୁଦାୟ ସିମ୍ପାଜୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା। ମାତ୍ର ଜୁଲୁର ମୃତ୍ୟୁ ପରେ ପୁଣି ଏହି ସଂଖ୍ୟା ୭କୁ ଖସିଆସିଛି। ଶନିବାର ହିମାଳୟ ଭାଲୁ ଏକ ଶାବକ ଜନ୍ମ ଦେଇଥିଲା । ପ୍ରାଣୀ ଉଦ୍ୟାନର ୧୬(ଖ) ଖୁଆଡରେ ରହୁଥିବା ହିମାଳୟ ମାଈ ଭାଲୁ ‘ମୁନି’ ଶନିବାର ସକାଳୁ ଏକ ଶାବକ ଜନ୍ମ ଦେଇଥିଲା।

ad-week
Leave A Reply

Your email address will not be published.