ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ବିଶ୍ୱବିଖ୍ୟାତ ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ଵରରେ ତ୍ରିଭଙ୍ଗ କଳାନିକେତନ, ଭୁବନେଶ୍ଵରର ପ୍ରତିଷ୍ଠାତା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଏହି ସର୍ବଭାରତସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ର ଉତ୍ସବ,କଳା ସମର୍ପଣ ସମ୍ମାନ,୨୦୨୪
ଏବଂ ତ୍ରିଭଙ୍ଗ କଳାନିକେତନ,ଭୁବନେଶ୍ଵରର ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱ ବିଖ୍ଯାତ ମର୍ଦ୍ଦଳ ବାଦକ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସ, ପ୍ରଖ୍ଯାତ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ନିମାକାନ୍ତ ରାଉତରାୟ, ପ୍ରଖ୍ଯାତ ସଙ୍ଗୀତ ଗୁରୁ ଶ୍ରୀ ପ୍ରଦୀପ କୁମାର ଦାସ, କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସୁପ୍ରସିଦ୍ଧ ମର୍ଦ୍ଦଳ ବାଦକ ଶ୍ରୀ ଧନେଶ୍ଵର ସ୍ୱାଇଁ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ମନୋରଞ୍ଜନ ପ୍ରଧାନ, ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ଗୁରୁ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁ, ପ୍ରଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଭରତ ଚରଣ ଗିରି,ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ବିନୋଦଚନ୍ଦ୍ର ସାହୁ, ପ୍ରସିଦ୍ଧ ନାଟ୍ୟକାର ଓ ଅଭିନେତା ଶ୍ରୀ ବିଜୟ କୁମାର,ନିର୍ଦ୍ଦେଶିକା ଶ୍ରୀମତୀ ସୁନୀତା ସାମଲ ଆଦି ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରେ ସୁପ୍ରସିଦ୍ଧ ଭକ୍ତିସଙ୍ଗୀତ ଶାସ୍ତ୍ରୀୟ ଗାୟକ କଳା ସମର୍ପଣ ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତଙ୍କୁ ତାଙ୍କର ଉଚ୍ଚକୋଟୀର ଭକ୍ତିସଙ୍ଗୀତ ପରିବେଷଣ ଓ ପ୍ରତିଭା ପାଇଁ କଳା ସମର୍ପଣ, ୨୦୨୪ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଅଛି। ତେବେ ଗୁରୁଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ଏହି ସମ୍ମାନ ଲାଭ କରିଥିବାରୂ ତାଙ୍କୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଶୁଭ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ad-week
Leave A Reply

Your email address will not be published.