ଇସ୍ରାଏଲ ଉପରେ ୟେମେନ ସେନାର ବଡ଼ ଆକ୍ରମଣ, ବିମାନ ଚଳାଚଳ ବାଧାପ୍ରାପ୍ତ

add-all

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ୟେମେନ ସେନା ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଇସ୍ରାଏଲର ବିମାନବନ୍ଦର ଏବଂ ପାୱାର ଷ୍ଟେସନ ଉପରେ ମିଶାଇଲ ମାଡ କରିଛି ୟେମେନ ସେନା। ଅପରପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ, ୟେମେନ ସେନା ପକ୍ଷରୁ ନିକ୍ଷେପ କରାଯାଇଥିବା ମିଶାଇଲଗୁଡ଼ିକୁ ସେମାନେ ଗୁଳି କରି ଖସାଇ ଦେଇଛନ୍ତି।
ଇସ୍ରାଏଲ ସେନା କହିଛି ଯେ, ଇସ୍ରାଏଲ ଆକାଶ ସୀମାରେ ପ୍ରବେଶ କରିବା ପୂର୍ବରୁ ମିଶାଇଲଗୁଡ଼ିକୁ ନଷ୍ଟ କରିଦିଆଯାଇଛି। ଇସ୍ରାଏଲ୍ ସରକାରୀ ପ୍ରସାରଣକାରୀ KAN ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ଜେରୁଜେଲମ୍ ନିକଟ ବେତ ଶେମେଶରେ ମିଶାଇଲଗୁଡ଼ିକର ଭଗ୍ନାବଶେଷ ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହି ଆକ୍ରମଣ ପରେ ତେଲ ଅଭିଭର ବେନ୍ ଗୁରିଅନ୍ ବିମାନବନ୍ଦରରୁ ଉଡ଼ାଣ ଏବଂ ଅବତରଣ ସାମୟିକ ଭାବେ ବନ୍ଦ କରିଦିଆଯାଇଛି।

ad-week
Leave A Reply

Your email address will not be published.