ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା, ୨ ଗୁରୁତର

add-all

ବଲାଙ୍ଗିର: ଜିରୋ ନାଇଟ୍‌ ବେଳେ ବୁଲିଲା ଖଣ୍ଡା। ବଲାଙ୍ଗିର ଟାଉନ ଥାନା ତୁଳସୀନଗରରେ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ୨ ଗୁରୁତରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ ଦୁଇଜଣ ଆସି ଗଣ୍ଡଗୋଳ କରିଥିଲେ। ଏହାପରେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ଦୁଇ ଗୁରୁତର ହେଲେ ମଧୁସୂଦନ ବଗର୍ତି ଓ ଅଗ୍ନି କୁମାର ବିଶି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ସେହିପରି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଅଘଟଣ ଘଟିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ad-week
Leave A Reply

Your email address will not be published.